ହୃଦଘାତରେ ପ୍ରଧାନ ଶିକ୍ଷକଙ୍କ ପରଲୋକ : ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମହଲରେ ଶୋକ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରାଙ୍କ ହୃଦଘାତରେ ପରଲୋକ ଘଟିବା ଘଟଣା ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳାଇ ଦେଇଛି I ମୃତ୍ୟୁ ବେଳକୁ ତାଙ୍କୁ 57 ବର୍ଷ ବୟସ ହୋଇଥିଲା I ସୂଚନା ପ୍ରକାରେ ସ୍ଵର୍ଗତ ନିରଞ୍ଜନ ବେହେରା ପୂର୍ବରୁ ହୃଦ୍ ରୋଗରେ ପୀଡ଼ିତ ହୋଇ ପୁଟ୍ଟପର୍ତି ଠାରେ ଅସ୍ତ୍ରୋପଚାର ହେବା ପରେ ସୁସ୍ଥ ହୋଇଥିଲେ I ରବିବାର ରାତିରେ ସେ ଖାଇ ପିଇ ଖଇରପୁଟି ଗ୍ରାମ ସ୍ଥିତ ନିଜ ବାସଭବନରେ ଶୋଇଥୂଲେ I କିନ୍ତୁ ହଠାତ୍ ସୋମବାର ଭୋର୍ ତିନିଟା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ମେଡ଼ିକାଲ୍ ନେବାକୁ ପ୍ରସ୍ତୁତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା I ସ୍ୱର୍ଗତ ବେହେରାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ ବବିତା, ଝିଅ ବିଷ୍ଣୁପ୍ରିୟା, ଜ୍ଵାଇଁ ଟୁକୁନା ଏବଂ ପୁଅ ମିହିର କାନ୍ତଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ I ସ୍ଵର୍ଗତ ବେହେରା ଖଇରପୁଟି ସମେତ ଗୁଣ୍ଠପଲ୍ଲବା,ଦହିମୁଣ୍ଡଳୀ ଏବଂ ବାରଟା ବିଦ୍ୟାଳୟରେ ମଧ୍ଯ ପ୍ରଧାନ ଶିକ୍ଷକ ରୂପେ ଦାୟିତ୍ୱ ତୁଲାଇଥିଲେ I ସେ ଶିକ୍ଷକ ମହଲରେ ନୀର ଭାଇନା ନାମରେ ବେଶ୍ ପରିଚିତ ଥିଲେ I ତାଙ୍କର ମୃତ୍ୟୁ ଖବର ଶୁଣି ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳବାସୀ ସ୍ତବ୍ଧ ହୋଇଯାଇଥିଲେ I ଶିକ୍ଷକ ବାଳକୃଷ୍ଣ ସାବତ, ବିଷ୍ଣୁପ୍ରସାଦ ବେହେରା,ସୂର୍ଯ୍ୟମଣି ବେହେରା, ଅଶୋକ ବେହେରା, ରାମଚନ୍ଦ୍ର ବେହେରା ଶରତ ସାହୁ,ରବି ଗୌଡ଼,ଚିନ୍ମୟ ପ୍ରଧାନ,ଗଙ୍ଗାଧର ସ୍ୱାଇଁ, ଟୁକୁନା ବେହେରା,ରାଜେନ୍ଦ୍ର ଜେନା, ପୂର୍ଣଚନ୍ଦ୍ର ମଳିକ, ଅଜିତ୍ ବିଷୋୟୀ ସ୍ୱର୍ଗତ ବେହେରାଙ୍କ ଅନ୍ତିମ ଦର୍ଶନ କରି ଶବ ସଂସ୍କାରରେ ସହଯୋଗ କରିଥିବା ବେଳେ ସିଆରସିସି କାର୍ତ୍ତିକେୟ ସେଠୀ, ଶିକ୍ଷକ ଶିଶିର କୁମାର ସ୍ୱାଇଁ, ଆକୁଳ ସାହୁ, ପ୍ରେସକ୍ଳବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ