ୟୁକ୍ରେନରୁ ଫେରିଲେ ମେଡିକାଲ ଛାତ୍ର ସମ୍ବିତ ଶୁଭଙ୍କର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ସୁଦୂର ୟୁକ୍ରେନରୁ ନିଜ ଘରକୁ ଫେରିଛନ୍ତି ମେଡିକାଲ ଛାତ୍ର ସମ୍ବିତ ଶୁଭଙ୍କର ନାୟକ । ୟୁକ୍ରେନ ସହିର ଋଷର ଯୁଦ୍ଧ ଆରମ୍ଭ ହୋଇଯିବା ପରେ ଅତ୍ୟନ୍ତ ଅନିଶ୍ଚିନ୍ତତା ଭିତରେ ସେଠାରେ ଦିନ କାଟୁଥିଲେ ସମ୍ବିତ । କେମିତି ଘରକୁ ଫେରିବେ ତାହା ତାଙ୍କୁ ବିଚଳିତ କରୁଥିଲା । ଭାରତ ସରକାର ଓ ଓଡିଶା ସରକାରଙ୍କ ସହଯୋଗରେ ଶେଷରେ ସମ୍ବିତ ଘରକୁ ଫେରିଆସିଥିବା ସମ୍ଭବ ହୋଇଛି । ସମ୍ବିତ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଡପଡା ଗ୍ରାମପଞ୍ଚାୟତର ମିଞ୍ଜାଉଣୀ ଗ୍ରାମର ବାସୀନ୍ଦା । ସେ ୟୁକ୍ରେନର ଖାରକୋଭ ନାସନାଲ ମେଡିକାଲ କଲେଜରେ ପଞ୍ଚମ ବର୍ଷର ଛାତ୍ର ଭାବେ ଅଧ୍ୟୟନ କରୁଥିଲେ । ସମ୍ବିତ ଘରେ ପହଞ୍ଚିବା ପରେ ତାଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ