କ୍ରୀଡ଼ା ଅଧ୍ୟାପକ ଦାମୋଦର ଦାଶଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡ଼ା ଅଧ୍ୟାପକ ଦାମୋଦର ଦାଶ ମଇ ୩୧ ତାରିଖ ଦିନ ଅବସର ଗ୍ରହଣ କରିଥିବା ବେଳେ ଶିକ୍ଷାନୁଷ୍ଠାନ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ସଭାରେ ଶ୍ରୀ ଦାସଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଦୀର୍ଘ ତିରିଶି ବର୍ଷ କାଳ ଶିକ୍ଷାଦାନ ସହ ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କ ସହ ଉତ୍ତମ ସମ୍ପର୍କରେ ରହି ଆସିଥିବା ଶ୍ରୀ ଦାସ ବକ୍ତବ୍ୟ ପ୍ରଦାନ ବେଳେ ଭାବବିହୋଳ ହୋଇ ପଡ଼ିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଓ ଅଧ୍ୟାପିକା କୈଳାଶ ଚନ୍ଦ୍ର ସେନାପତି, ସରୋଜ କାନ୍ତ ଦାସ, ସୁଶାନ୍ତ କୁମାର ପଣ୍ଡା, ସ୍ମୀତାରାଣୀ ସାହୁ, ଜୟନ୍ତ କୁମାର ହୋତା, ଡ଼ଃ ଦିଲ୍ଲୀପ କୁମାର ପ୍ରଧାନ, କିଶୋରଚନ୍ଦ୍ରପଣ୍ଡା, ବିଭୁତି ଭୁଷଣ ବେବର୍ତ୍ତା, ସୁଜାତା କୁମାରୀ ପଟ୍ଟନାୟକ, ସୁଶାନ୍ତ କୁମାର ପଣ୍ଡା, ଜ୍ଞାନଚାନ୍ଦ ଗୈାଡ, ଭାବଗ୍ରାହୀ ମହାପାତ୍ର, ସଞ୍ଜୟ କୁମାର ପାତ୍ର, ସଞ୍ଜୟ କୁମାର ବିଷୋୟୀ, କାହ୍ନୁ ଚରଣ ଦାସ, ଭାବଗ୍ରାହୀ ପଣ୍ଡା ଓ ପ୍ରାକ୍ତନ ଅଧ୍ୟାପକ କାମେଶ୍ବର ବେହରା ପ୍ରମୁଖ ଯୋଗଦେଇ ବିଦାୟୀ ଦାସଙ୍କ କାର୍ଯ୍ୟ ଶୈଳୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥଲେ । ଶେଷ ରେ ପ୍ରଦ୍ୟୁମ୍ନ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ