୨୧ନଂ ଜୋନରେ ପ୍ରଚାର ମଙ୍ଗ ଧରିଲେ ଛତ୍ରପୁର ବିଧାୟକ

ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଛତ୍ରପୁର ବ୍ଲକରେ ୧୮ଟି ପଚାଂୟତରେ ପ୍ରଚାର ସରଗରମ ହେଉଛି । ପୋଷ୍ଟର ବ୍ୟାନରରେ ସାହି ବସ୍ତି ଛାଇ ହୋଇଗଲାଣି । ଓା୍ୱର୍ଡ ସଭ୍ୟ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀ ମାନେ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିସାରିଲେଣି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକର ୨୧ ନଂ ଜୋନ୍ ର ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ମାଗିଛନ୍ତି ବିଜେଡି ପ୍ରାର୍ଥୀନୀ ଛବିତା ବେହେରା । ସରକାରଙ୍କ ଲୋକାଭିମୁଖୀ ଯୋଜନା ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ବୁଝାଇବା ସହ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ଏହି ଜୋନ ଅଧିନରେ ପୋଟଲାମପୁର, ବଉଳଗାଁ, ବଡମାଧପୁର, ବିପୁଳିଙ୍ଗି, ଭିକାରିପଲ୍ଲୀ ଓ ମହାନାଦପୁର ପଚାଂୟତ ରହିଛି । ଏହି ପ୍ରଚାରର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମଙ୍ଗ ଧରି ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ନେଇ ଲୋକଙ୍କୁ ବୁଝାଇବା ସହ ବିଜେଡି ପ୍ରାର୍ଥୀନୀ ଛବିତା ବେହେରାଙ୍କୁ ଭୋଟ ଦେବାକୁ ଜନସାଧାରଣକୁ ସେ ଅନୁରୋଧ କରିଛନ୍ତି । ଏହି ପ୍ରଚାର ବେଳେ କିଶୋର ବେହେରା ଙ୍କ ସମେତ ବହୁ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ । ସୂଚନା ଥାଉ କି, ଏହି ୨୧ ନଂ ଜୋନ୍ ଅଧିନରେ ମୋଟ ୩୭୫୪୯ ଜଣ ଭୋଟର ରହିଥିବା ବେଳେ ୪ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ