୨୧ ଦିନିଆ ଅଧ୍ଯାପକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ
ଭୁବନେଶ୍ଵର,(ଓ୍ବାଇଏନ୍ଏସ୍) : କୋଭିଡ୍- ୧୯ ମହାମାରୀ ମଧ୍ୟରେ ଶିବାନନ୍ଦ ଯୋଗ ବେଦାନ୍ତ ଏକାଡ଼େମୀ ପକ୍ଷରୁ ୨୧ ଦିନିଆ ଅଧ୍ୟାପକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଭୁବନେଶ୍ଵର ଖଣ୍ଡଗିରିସ୍ଥିତ ଶିବାନନ୍ଦ ସେଣ୍ଟେନାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଉଦ୍ଘାଟିତ ହୋଇଯାଇଛି । ଭର୍ଚୁଆଲି ଏହାର ଉଦ୍ଘାଟନ କରିଛନ୍ତି ଆନ୍ତର୍ଜାତୀୟ
ଦିବ୍ୟଜୀବନ ସଂଘ ( ରଷିକେଶ) ର ସ୍ଵାମୀ ଶିବଚିଦାନନ୍ଦ ସରସ୍ଵତୀ |ଦେଶରେ ଗୁଣାତ୍ମକ ଶିକ୍ଷଣ ପଦ୍ଧତିର ମାନ ବୃଦ୍ଧି କରିବା, ଗବେଷଣା ନବୀକରଣ କୁ ପ୍ରଶିକ୍ଷଣ ମାଧ୍ଯମରେ
ସାହାଯ୍ୟ ଓ ସହଯୋଗ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ତେଣୁ ଏ ଦିଗରେ ଅଧୁକ ଜ୍ଞାନ ଆହରଣ କରିବା ସହ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମରେ ଭାଗ ନେଇଥୁବା ଅଧ୍ୟାପକ,ଅଧ୍ୟାପିକା ମାନଙ୍କ ପାଇଁ ମୋଟ ୧୩ଟି ବିଷୟରେ ଶିକ୍ଷାଦାନ ନିମନ୍ତେ ଆୟୋଜନ କରାଯାଇଛି । ଏଥିରେ ସୂଚନା ଅଧ୍କାର ଆଇନ୍, ପ୍ରାକୃତିକ ଦୁର୍ବିପାକ ପରିଗ୍ବଳନା, ଆଧୁନିକ ଶିକ୍ଷା ପଦ୍ଧତିରେ କମ୍ଟର ସାକ୍ଷରତା,ବ୍ୟକ୍ତିତ୍ବ ବିକାଶ, କ୍ୟାରିୟର ଗାଇଡ଼ାନ୍ଵ, ମାନବିକ ଅଧ୍ଧକାର ଓ ଆଇନ୍, ଖାଉଟି ସୁରକ୍ଷା ଓ ଆଇନ୍ ଇତ୍ୟାଦି ବାବଦରେ ତାଲିମ ଦିଆଯିବ ବୋଲି ଏକାଡ଼େମୀ ପକ୍ଷରୁ ଏହି ଅନ୍ଲାଇନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଏକାଡ଼େମୀର ନିର୍ଦ୍ଦେଶକ ଡ. ପ୍ରଶାନ୍ତ କୁମାର ପ୍ରଧାନ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ଡ. ବ୍ୟୋମକେଶ ତ୍ରିପାଠୀ, ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ଡ଼ିନ୍ ପ୍ରଫେସର ବି.ଆର. ଶର୍ମା, ଜଗତଗୁରୁ କୃପାଳ ବିଶ୍ବବିଦ୍ୟାଳୟର ରେଜିଷାର ମଧୁସୂଦନ ମିଶ୍ର, ମୌଲାନା ଅବଦୁଲ କାଲାମ ଆଜାଦ ବି. ଇଡ୍ ମହାବିଦ୍ୟାଳୟ ମୁର୍ଶିଦାବାଦ ( ପଶ୍ଚିମବଙ୍ଗ) ର ଅଧ୍ଯକ୍ଷ ହିମାଂଶୁ ବାରିକ ପ୍ରମୁଖ ଅତିଥ ରୂପେ ଯୋଗ ଦେଇଥିଲେ । ଶେଷରେ ଏକାଡ଼େମୀର ଫାକ୍ନ୍ଛି ପ୍ରଫୁଲ୍ଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


