୨୮ତମ ଚନ୍ଦ୍ରଭାଗା ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହ ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସନ୍ନିକଟ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବେଳାଭୂମି କୂଳରେ ଚନ୍ଦ୍ରଭାଗା ବୋଇତ ବନ୍ଦାଣ କମିଟି ଆନୁକୁଲ୍ୟରେ ୨୮ତମ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ସମାରୋହ ସ୍ଥଳରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆଦି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି କର୍ତା ଭାବେ ଦାୟିତ୍ବ ତୁଲାଇଥିଲେ। ଚନ୍ଦ୍ରଭାଗା ବୋଇତ ବନ୍ଦାଣ ଉତ୍ସବ କମିଟିର ସଭାପତି ଅଜୟ କୁମାର ବେହେରା, ବରିଷ୍ଠ ସମାଜସେବୀ ରାମକୃଷ୍ଣ ମହାନ୍ତି, କମିଟିର ସଂପାଦକ ମାନସ ରଞ୍ଜନ ସ୍ଵାଇଁ ଓ ସ୍ଥାନୀୟ ଅଂଚଳର ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ। ବରିଷ୍ଠ ସମାଜସେବୀ ରାମକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅନୁଷ୍ଠାନର ସଭାପତି ଅଜୟ କୁମାର ବେହେରା ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଏହାର ଦୀର୍ଘଦିନର ବୋଇତ ବନ୍ଦାଣ ପରମ୍ପରାରକୁ ବ୍ଯାପକ ପ୍ରଚାର ଓ ପ୍ରସାର କରିବା ଦିଗରେ ସାମୁହିକ ପ୍ରଚେଷ୍ଟା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଏହି ଉଦଘାଟନୀ ସମାରୋହରେ ଚନ୍ଦ୍ରଭାଗା ବଜାର କମିଟି ସଭାପତି ଭାସ୍କର ଚନ୍ଦ୍ର ବେହେରା ଓ ସଂପାଦକ ବାନାମ୍ବର ବେହେରା ଦୀର୍ଘ ୨୮ବର୍ଷ ଧରି ନୌବାଣିଜ୍ୟ ପରମ୍ପରାର ଐତିହ୍ୟ କୁ ଗୌରବାନ୍ବିତ କରିବା ଦିଗରେ ବୋଇତ ବନ୍ଦାଣ ଉତ୍ସବ କମିଟି, ଚନ୍ଦ୍ରଭାଗା ବଜାର କମିଟି ଓ ଚନ୍ଦ୍ରଭାଗା ଫଟୋଗ୍ରାଫର ଆସୋସିଏସନର ମିଳିତ ପ୍ରଚେଷ୍ଟା ଏହାକୁ ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ। ବୋଇତ ବନ୍ଦାଣ ଉତ୍ସବ ପରିପ୍ରେକ୍ଷୀରେ ଭୁବନେଶ୍ଵରର ଏକାମ୍ର ଭଜନଧାରାର ବିଶିଷ୍ଟ କଣ୍ଠଶିଳ୍ପୀ ମାନସୀ ପାତ୍ର ଓ ବରିଷ୍ଠ କଳାକାର ମାନଙ୍କ ଦ୍ଵାରା ଆଧ୍ୟାତ୍ମିକ ଧର୍ମୀ ଭଜନ ମାନ ପରିବେଷଣ କରାଯାଇଥିଲା। କୋଣାର୍କ ନିକଟସ୍ଥ ବାମରା ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀର କଳାକାର ମାନଙ୍କ ଦ୍ଵାରା ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଗୋପ ଅଂଚଳର ଗୋଟିପୁଅ ଅନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ଗୋଟିପୁଅ ନୃତ୍ୟ ପରିବେଷଣ ଶ୍ରଦ୍ଧାଳୁ ମାନଙ୍କ ମନକୁ ଛୁଇଁ ପାରିଥିଲା। ଏହି କାର୍ଯ୍ୟକ୍ରମକୁ ଚନ୍ଦ୍ରଭାଗା ବୋଇତ ବନ୍ଦାଣ ଉତ୍ସବ କମିଟିର ବରିଷ୍ଠ ସଭ୍ୟ ରବିନ୍ଦ୍ର ପାତ୍ର, ନବଘନ ପାତ୍ର, ଛବିନ୍ଦ୍ର ବାରିକ, ଲିଙ୍ଗରାଜ ରାଉତ, କୃଷ ଚନ୍ଦ୍ର ନାୟକ ଓ ଜ୍ଯୋତି ରଂଜନ ନାୟକଙ୍କ ସମେତ ବୋଇତ ବନ୍ଦାଣ ଉତ୍ସବ କମିଟି, ଚନ୍ଦ୍ରଭାଗା ବଜାର କମିଟି ଓ ଚନ୍ଦ୍ରଭାଗା ଫଟୋଗ୍ରାଫର ସଂଘର ସମସ୍ତ କର୍ମକର୍ତ୍ତା ଓ ସଭ୍ଯ ମାନେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ