୨୮ତମ ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଜେସିସି ଭଦ୍ରକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ଼ ମେଡିକାଲ ପଡ଼ିଆ ଠାରେ ଆଜି ମହାବୀର ୟୁଥ କ୍ଲବ ଆନୁକୂଲ୍ୟରେ ୨୮ତମ ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାଟରଫାଇନାଲ ମ୍ୟାଚ ଓ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ତୃତୀୟ କ୍ୱାଟରଫାଇନାଲ ମ୍ୟାଚ ମହାବୀର ୟୁଥ କ୍ଲବ ପୁରୀ ସହିତ ଉତ୍କଳିକା ବାସୁଦେବପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ ଜିତି ପ୍ରଥମେ ଉତ୍କଳିକା ବାସୁଦେବପୁର ବ୍ୟାଟିଂ ନିଷ୍ପତି ନେଇଥିବା ବେଳେ ନିର୍ଦ୍ଧାରିତ ୧୫ଓଭରରେ ୬ଉଇକେଟ ହରାଇ ୧୯୪ରନ ସଂଗ୍ରହ କରିଥିଲା। ଦଳପକ୍ଷରୁ ବସନ୍ତ ମହାଳିକ ସର୍ବାଧିକ ୬୨ରନ ସଂଗ୍ରହ କରିଥିବା ବେଳେ ଅପରପକ୍ଷ ବୋଲର ଆଲୋକ ମହାପାତ୍ର ୩ଓଭର ବୋଲିଂ କରି ଦୁଇ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ୧୯୫ରନର ବିଜୟ ଲକ୍ଷ୍ୟ ନେଇ ମହାବୀର ୟୁଥ କ୍ଲବ ବ୍ୟାଟିଂ ଆରମ୍ଭ କରିଥିବା ବେଳେ ନିର୍ଦ୍ଧାରିତ ୧୫ଓଭରରେ ୪ ଉଇକେଟ ହରାଇ ୧୪୮ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା। ଦଳପକ୍ଷରୁ ସନ୍ନତ ସିଂ ଦେଓ ସର୍ବାଧିକ ୫୨ରନ ସଂଗ୍ରହ କରିଥିବା ବେଳେ ଅପରପକ୍ଷ ବୋଲର ମାନସ ମୁଦୁଲି ୩ଓଭର ବୋଲିଂ କରି ୨ଉଇକେଟ ଅକ୍ତିଆର କରିଥିଲେ। ଏଥିରେ ବସନ୍ତ ମହାଳିକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା। ଅମ୍ପେୟାର ଭାବେ ନାରଣ ଜେନା ଓ କାଳନ୍ଦୀ ଚରଣ ପଣ୍ଡା ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ସନ୍ତୋଷ ଖଣ୍ଡାଇ, ଅଜୟ ବାରିକ, ଭାଷ୍ୟକାର ଭାବେ ପ୍ରତ୍ୟୁଷ ସାହୁ ଓ ଶ୍ରୀକାନ୍ତ ଖଣ୍ଡାଇ ଦାୟିତ୍ୱ ତୁଲାଇଥିଲେ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଜେସିସି ଭଦ୍ରକ ସହିତ ବାସୁଦେବପୁରର ଉତ୍କଳିକା ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମେ ଜେସିସି ଟସ ଜିତି ବ୍ୟାଟିଂ କରିଥିବା ବେଳେ ନିର୍ଦ୍ଧାରିତ ୧୬ଓଭରରେ ୧୦ଉଇକେଟ ହରାଇ ୧୮୧ରନ ସଂଗ୍ରହ କରିଥିଲା। ଦଳପକ୍ଷରୁ ଜିତେନ୍ଦ୍ର ଶେଖର ଭୋଇ ୩୬ବଲରେ ସର୍ବାଧିକ୮୪ରନ ସଂଗ୍ରହ କରିଥିବା ବେଳେ ଅପରପକ୍ଷର ବୋଲର ମାନସ ମୁଦୁଲି ୪ଓଭର ବୋଲିଂ କରି ସର୍ବାଧିକ ୩ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଉତ୍କଳିକା ବାସୁଦେବପୁର ୧୪.୩ଓଭରରେ ସମସ୍ତ ଉଇକେଟ ହରାଇ ୮୪ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା। ଅମ୍ପେୟାର ଭାବେ ଚିନ୍ମୟ କୁମାର ସେନାପତି ଓ ସଞ୍ଜୟ ଶତପଥୀ ଖେଳ ପରିଚାଳନା କରିଥିଲେ। ଅତିଥି ଭାବେ ସୁଶାନ୍ତ କୁମାର ସ୍ୱାଇଁ , ଶିକ୍ଷାବିତ ଗୋପୀନାଥ ନାୟକ, ଧନେଶ୍ୱର ସ୍ୱାଇଁ ମ୍ୟାନ ଅଫ ଦି ମ୍ୟାଚ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ ।


