୩୦୬ ଶିକ୍ଷାର୍ଥୀ ପାଇଲେ ପରୀକ୍ଷା ଦର୍ପଣ ପୁସ୍ତିକା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ମାଧ୍ୟାମିକ ଶିକ୍ଷା ପରିକ୍ଷଦ ପକ୍ଷରୁ ୨୦୨୧ରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଶିକ୍ଷାର୍ଥୀ ମାନଙ୍କୁ ପରୀକ୍ଷା ଦର୍ପଣ ପୁସ୍ତିକା ବଂଟନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଶନିବାର ସ୍ଥାନୀୟ ପୌରାଂଚଳର ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ତତ୍ୱାବଧାନରେ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଅତିଥି ଭାବେ ଯୋଗଦେଇ ସଂପୃକ୍ତ ବିଦ୍ୟାଳୟର୩୦୬ ଶିକ୍ଷାର୍ଥୀଙ୍କୁ ପରୀକ୍ଷା ଦର୍ପଣ ପୁସ୍ତିକା ପ୍ରଦାନ କରାଯାଇଛି । ଆସନ୍ତା ମେ ମାସ ୩ ତାରିଖରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଶିକ୍ଷାର୍ଥୀ ମାନଙ୍କ ପରୀକ୍ଷା ସକାଶେ ପ୍ରସ୍ତୁତକରିବା ଉପରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ବେଶ ଗୁରୁତ୍ୱ ପ୍ରଦାନ କରିଛନ୍ତି । ପରୀକ୍ଷା ଦର୍ପଣ ପୁସ୍ତିକାକୁ ନେଇ ଏବଂ ବୋର୍ଡ଼ ପରୀକ୍ଷାରେ ଉତମ ଫଳ ପଦର୍ଶନ କରିବା ସକାଶେ ଉଦ୍ୟମ ଜାରୀ ରହିବ ଏବଂ ସଂପୃକ୍ତ ପୁସ୍ତିକା ବେଶ ସହାୟକ ହେବ ବୋଲି ଶିକ୍ଷାର୍ଥୀ ମାନେ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବଅନ୍ଦ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ