୫ଗୋଟି ବାଲି ଗାଡି ଜବତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ରାଜସ୍ୱ ଚୋରିକୁ ରୋକିବାରେ ଉଭୟ ତହସିଲ ଓ ଥାନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ସଂପ୍ରତି ଭଣ୍ଡାରିପୋଖରୀ ଅଞ୍ଚଳରେ ବେଆଇନ ବାଲିଚାଲାଣ ତୀବ୍ର ହେଉଥିବାବେଳେ ଏହାକୁ ରୋକିବାରେ ତହସିଲ ସେତେଟା ତତ୍ପରତା ପ୍ରକାଶ କରୁନାହିଁ । ମଞ୍ଜୁରୀରୋଡ ଠାରୁ ମଣିନାଥପୁର ଯାଏଁ ବୈତରଣୀ ନଦୀର ବିଭିନ୍ନ ସ୍ଥାନରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ହେଉଥିବାବେଳେ ବିଗତ କିଛିଦିନ ହେବ ଥାନା ପକ୍ଷରୁ ବାରମ୍ବାର ଚଢାଉ କରାଯାଉଛି । ବିଗତ ଏକମାସ ମଧ୍ୟରେ ପ୍ରାୟ ୮ରୁ ୧୦ଗୋଟି ବେଆଇନ ବାଲି ଟ୍ରାକ୍ଟର ଜବତ ହୋଇଥିବାବେଳେ ଗତକାଲି ରାତିତମାମ ଥାନା ଅଧିକାରି ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ମଣିନାଥପୁର ଠାରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ବେଆଇନ ପରିବହନ କରୁଥିବା ଅଭିଯୋଗରେ ଗୋଟିଏ ହାୱାଇ, ଗୋଟିଏ ଟ୍ରକ ଓ ୩ଗୋଟି ଟ୍ରାକ୍ଟର ଜବତ ହୋଇଛି । ଭାରପ୍ରାପ୍ତ ଥାନାଅଧିକାରିଙ୍କ ସମେତ ସହକାରୀ ଅଧିକାରୀ ଅନୁରାଗ ମହାନ୍ତି, ବିଜୟ ନାୟକ ଓ କର୍ମଚାରୀ ମାନେ ଏଥିରେ ସାମିଲ ହୋଇଥିଲେ । ବାଲିଗାଡି ଓ ଥାନାଗାଡି ମୁହାଁମୁହିଁ ହୋଇଥିବାବେଳେ କିଛି ସମୟ ଖଣ୍ଡଯୁଦ୍ଧ ମଧ୍ୟ ଲାଗି ରହିଥିବା ସୂଚନା ମିଳିଛି । ଗାଡିକୁ ଧରିବାକୁ ଯାଇ ଭାରପ୍ରାପ୍ତ ଅଧିକାରୀ ସାମାନ୍ୟ ଆହତ ହୋଇଥିବାବେଳେ ଘଟଣାସ୍ଥଳରୁ ଗୋଟିଏ ବାଲି ଟ୍ରାକ୍ଟରର ଚାଳକ ଖସିଯିବା ମଧ୍ୟ ସକ୍ଷମ ହୋଇଛି । ସେ ଯାହାବି ହେଉ ଏନେଇ ଥାନା ପକ୍ଷରୁ ୨୪୭/୨୦ରେ ମାମଲା ରୁଜ୍ଜୁ କରାଯାଇଥିବାବେଳେ ୪ଜଣ ଚାଳକଙ୍କ ନାମରେ ମାମଲା ରୁଜ୍ଜୁହୋଇ ସେମାନଙ୍କୁ କୋର୍ଟ ପଠାଯାଇଛି । ଏହା ସହିତ ଜବତ ବାଲି ଗାଡି ଗୁଡିକୁ ଥାନା ହେପାଜତରେ ରଖାଯାଇଥିବା ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ