୫-ଟିରେ ସାମିଲ ହେଲା ୫ ବିଦ୍ୟାଳୟ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ବିଦ୍ୟାଳୟ ରୂପାନ୍ତକରଣର ତୃତୀୟ ପର୍ଯ୍ୟାୟରେ ନାଉଗାଁ ବ୍ଲକର ୫ଟି ବିଦ୍ୟାଳୟକୁ ସାମିଲ କରାଯାଇଛି । ଏହି ପରିପ୍ରେକ୍ଷୀରେ ୫-ଟିରେ ସାମିଲ ହୋଇଥିବା ବିଦ୍ୟାଳୟ ଗୁଡିକ ପରିସରରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ରଶ୍ମୀରେଖା ମଲ୍ଲିକଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସ୍ଥାନୀୟ ପଂଚାୟତ ପ୍ରତିନିଧି, ବିଦ୍ୟାଳୟର ଆଲୁମିନ୍ କମିଟି ଓ ଅଭିଭାବକ କମିଟି ଆଦି ଉପସ୍ଥିତ ଥିଲେ । ୫-ଟିରେ ବିଦ୍ୟାଳୟ ସାମିଲ ହେବା ଯୋଗୁ ଏଥିରେ ଅତ୍ୟାଧୁନିକ ତଥା ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ ଓ ଖେଳ ପଡିଆ ଆଦିର ସୁବିଧା ପିଲାମାନେ ପାଇପାରିବେ ବୋଲି ବିଡିଓ ରଶ୍ମୀରେଖା ମଲ୍ଲିକ ଗୁରୁତ୍ୱାରୋପ କରିଥିଲେ । ତୃତୀୟ ପର୍ଯ୍ୟାୟରେ ନୂଆଗାଁ ପଂଚାୟତର ନୂଆଗାଁ ପଂଚାୟତ ହାଇସ୍କୁଲ, ବଛାଳୋର ବଛାଳୋ ହାଇସ୍କୁଲ, ଘୋଡାଂଶର ବାସୁଦେବ ବାଳିକା ସରକାରୀ ହାଇସ୍କୁଲ, ଗଜରାଜପୁର ପଂଚାୟତର ଆର୍ତତ୍ରାଣ ବିଦ୍ୟାପୀଠ, କୋରୁଅ ପଂଚାୟତର ଗାରୋଇସ୍ଥିତ ଶ୍ରୀ ଜଗନ୍ନାଥ ହାଇସ୍କୁଲ କୁ ସାମିଲ ଜରାଯାଇଛି ।


