ନାଉଗାଁରୁ ଚୋରି ଛେଳି ଭୁବନେଶ୍ୱର ପଟିଆରୁ ଉଦ୍ଧାର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ଥାନା ଅନ୍ତର୍ଗତ ରୋହିଆ ପଂଚାୟତ ଅରଖକୁଦ(ଚକୁଳି) ଗ୍ରାମର ଜୟନ୍ତ ସ୍ୱାଇଁଙ୍କ ଗୁହାଳ ଘରୁ ଗତ ଶନିବାର ରାତିରେ ୫ଟି ଛେଳି ଚୋରି ଯାଇଥିଲା । ଏସଂକ୍ରାନ୍ତରେ ଜୟନ୍ତ ଥାନାରେ ରବିବାର ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ ୧୬୯/୨୨ରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଥିଲା । ବୁଧବାର ନାଉଗାଁ ଥାନା ଆଇଆଇସି ଅନିରୁଦ୍ଧ ନାୟକ ଏହାକୁ ତଦନ୍ତ କରି ଚୋରି ଯାଇଥିବା ଛେଳିକୁ ଠାବ କରି ପାରିଥିଲେ । ଘଟଣାକୁ ତଦନ୍ତ କରି କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଅଥଙ୍ଗା ଗ୍ରାମର ମୁସଲମାନ ବସ୍ତିର ଛେଳି ବେପାରୀଙ୍କ ଘର ଉପରେ ଚଢାଉ କରିଥିଲେ । ସେଠାରେ ସାଇ ସାହା ନାମକ ଯୁବକକୁ ଧରି ପଚରା ଉଚରା କରିବା ପରେ ଛେଳି ଗୁଡିକୁ ଭୁବନେଶ୍ୱରସ୍ଥିତ ପଟିଆରେ ରଖିଥିବା ମାନିଥିଲା । ପୋଲିସ ଭୁବନେଶ୍ୱରସ୍ଥିତ ପଟିଆରୁ ୪ଟି ଛେଳି ଉଦ୍ଧାର କରିବା ସହ ତାକୁ ଗିରଫ କରିଥିଲା । ଗୁରୁବାର ଅଭିଯୁକ୍ତ ସାଇ ସାହାକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଛେଳି ମାଲିକ ଜୟନ୍ତଙ୍କୁ ଉଦ୍ଧାର ହୋଇଥିବା ଛେଳିକୁ ଫେରସ୍ତ ଦିଆଯାଇଥିବା ଥାନା ଆଇଆଇସି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ