ଉତ୍ତରପ୍ରଦେଶ ସ୍କୁଲ: ୨ ମାସର ବିଦ୍ୟୁତ ବିଲ୍ ୬୦୦ କୋଟି!

ଉତ୍ତରପ୍ରଦେଶର ଏକ ସ୍କୁଲକୁ ୨ ମାସର ବିଦ୍ୟୁତ ଖର୍ଚ୍ଚ ପାଇଁ ୬୧୮.୫ କୋଟି ଟଙ୍କା ଦେବାକୁ ପଡ଼ିବ । ସ୍କୁଲଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ କ୍ଷେତ୍ର ବାରଣାସୀରେ ଅବସ୍ଥିତ । ତେବେ ମାତ୍ର ୨ ମାସର ବିଦ୍ୟୁତ ବିଲ୍ ୬୧୮.୫ କୋଟି ଟଙ୍କା ହୋଇଥିବା ଦେଖି ସ୍କୁଲ କର୍ତ୍ତୃପକ୍ଷମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ବିଦ୍ୟୁତ ବିଭାଗରୁ ସ୍ପଷ୍ଟୀକରଣ ମାଗିଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ସେପ୍ଟେମ୍ବର ୭ ସୁଦ୍ଧା ବିଦ୍ୟୁତ ବିଲ୍ ପୈଠ ନ ହେଲେ ବିଦ୍ୟୁତ ସଂଯୋଗ କାଟି ଦିଆଯିବ ବୋଲି କୁହାଯାଇଛି । ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ