ଜନ ଆରୋଗ୍ୟ ସମିତି ପ୍ରଶିକ୍ଷଣ କର୍ମଶାଳା ଉଦଘାଟିତ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ଡାକ୍ତରଖାନା ପରିସରରେ ଜନ ଆରୋଗ୍ୟ ସମିତି ପ୍ରଶିକ୍ଷଣ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ଚିକିତ୍ସା ଅଧିକାରିଣୀ (ପରିବାର କଲ୍ୟାଣ) ପ୍ରଣତିନି ନାୟକ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଆମ୍ବୋ, ଦଧିବାବନପୁର, ଛେନାପଦି, ତେନ୍ତୁଲିନଣ୍ଡା ଆଦି ଜନଆରୋଗ୍ୟ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ, ସରପଞ୍ଚ, ୱାର୍ଡ ସଭ୍ୟସଭ୍ୟା, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଆଦି ଯୋଗଦେଇ ଥିଲେ । ଏଥିରେ ଜନ ଆରୋଗ୍ୟ ସମିତିର ପାଣ୍ଠି ପରିଚାଳନା, ଉପଯୋଗୀତା ଓ ବିକାଶ ମୁଳକ କାର୍ଯ୍ୟ ସମ୍ବନ୍ଧରେ ବିସ୍ତୃତ ଭାବରେ ତାଲିମ ପ୍ରଦାନ କରାଯାଇଥିଲା । ତାଲିମ ଦାତା ଭାବରେ ଡାକ୍ତର ସଂଗ୍ରାମ କେଶରୀ ବ୍ରହ୍ମ, ବିପିଏମ ଚନ୍ଦନ କୁମାର ସାହୁ, ବିଡିଏମ ପ୍ରଦୀପ କୁମାର ଦାସ ତାଲିମ ପ୍ରଦାନ କରିଥିବାବେଳେ ଏସଟିଏସ ଅଞ୍ଜନ ମହାନ୍ତ, ଏଲଏଚଭି ନିରୁପମା ଦାସ, ଏଣ୍ଟୋମଲୋଜିଷ୍ଟ ସ୍ମୃତି ସ୍ୱରୁପ ପୁହାଣ, ମେଡିକାଲ ରେକର୍ଡ ଆସିଷ୍ଟାଣ୍ଟ ପସନ୍ଦିପ କୁମାର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


