ବିମଳା ମହାନ୍ତିଙ୍କ ପ୍ରତିମୁର୍ତ୍ତୀ ଉନ୍ମୋଚିତ
ଶେରଗଡ,(ଦେବୀ ପ୍ରସାଦ ଦାଶ): ସ୍ୱର୍ଗତ ବିମଳା ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ପ୍ରତିମୁର୍ତ୍ତୀ ଶେରଗଡ ବ୍ଲକ ଅନ୍ତର୍ଗତ ପିତଳ ଗ୍ରାମରେ ପ୍ରତିମୁର୍ତ୍ତୀ ଉନ୍ମୋଚିତ କରାଯାଇଛି । ଡକ୍ଟର ହୃଷିକେଶ ମହାନ୍ତିଙ୍କ ଅଧକ୍ଷତାରେ ପ୍ରଥମ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ନକୁଳ ସାହୁ ବରିଷ୍ଠ ଶିକ୍ଷାବିତ୍ ହୟଗ୍ରୀବ ତ୍ରୀପାଠି, ସମାଜସେବୀ ତଥା ସଂଗ୍ରାମୀ ରଘୁନାଥ ପାଢୀ, ଡ.ପି,ସି ସାହୁ,ରବି ରଥ ,ନିତ୍ୟ ରଂଜନ ପଣ୍ଡା, ଖବର କାଗଜର ସଂପାଦକ ସମେତ ସୁଶାନ୍ତ କୁମାର ରଥ, ଶିକ୍ଷୟତ୍ରୀ ପ୍ରଭାତି ଦାସ, ପ୍ରମଖ ତାଙ୍କ ଜୀବନରେ କରିଥିବା ମହନୀୟ କାର୍ଯ୍ୟକୁ ମନେ ପକାଇବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ କାମନା କରିବା ସହ ସମସ୍ତ ଙ୍କ ଉପସ୍ଥିତିରେ ଏକ ପ୍ରତିମୁର୍ତ୍ତୀ ଉନ୍ମୋଚନ କରିଥିଲେ ।