ଭଲନୁହେଁ ଗୋଡ଼ ଉପରେ ଗୋଡ଼ ଦେଇ ବସିବା
ଚଲାବୁଲା, ବସାଉଠା ଆଦି ଆମ ଦୈନନ୍ଦିନ ଜୀବନ ସାଧାରଣ ଅଭ୍ୟାସ ହୋଇଥିଲେ ମଧ୍ୟ ଏଥିରେ କିଛିଟା ଭୁଲ ଆମ ଶରୀରରେ ଅନେକ ରୋଗର କାରଣ ହୋଇଥାଏ । ଏହି କାରଣବଶତଃ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ଏକ ଭଙ୍ଗୀରେ ବସିବା ଦ୍ୱାରା, ଅଣ୍ଟା, ଗୋଡ଼ ପିଠି ଆଦିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଡାକ୍ତରୀ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି ଭୁଲ ଭଙ୍ଗୀରେ ବସିବା ଅନେକ ପ୍ରକାର ରୋଗର କାରଣ ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ଏକ ସାଧାରଣ ବସିବା ଭଙ୍ଗୀରେ ଗୋଡ଼ ଉପରେ ଗୋଡ଼ ପକାଇବା ଶରୀର ପ୍ରତି କେତେ ହାନିକାରକ ହୋଇଥାଏ । ଆସନ୍ତୁ ଜାଣିବା ଗୋଡ଼ ଉପରେ ଗୋଡ଼ ପକାଇ ବସିଲେ କ’ଣ ହୋଇଥାଏ ।
ସାଧାରଣତଃ ଅନେକ ବ୍ୟକ୍ତି ଗୋଡ଼ ଉପରେ ଗୋଡ଼ ପକାଇ ବସିବା ପାଇଁ ଭଲପାଆନ୍ତି । ଏହାକୁ ରାଜକୀୟ ଭଙ୍ଗୀ ବୋଲି କୁହାଯାଇଥାଏ । ତେବେ ଏହି ରାଜକୀୟ ଭଙ୍ଗୀ ଅନେକ ରୋଗର କାରଣ ହୋଇଥାଏ । ଏହି ଭଙ୍ଗୀ ଦ୍ୱାରା ରକ୍ତଚାପ ବୃଦ୍ଧି ହେବାର ସମ୍ଭାବନା ଅଧିକ ଥାଏ । ଏଣୁ ସବୁବେଳେ ୧୫-୨୦ ମିନିଟ୍ ମଧ୍ୟରେ ନିଜର ବସିବା ଭଙ୍ଗୀ ପରିବର୍ତ୍ତନ କରିବା ଦରକାର । ତେଣୁ ଏହା ଉପରେ ଧ୍ୟାନ ଦିଅନ୍ତୁ ।
ଗୋଡ଼ ଉପରେ ଗୋଡ ପକାଇ ବସିବା ଦ୍ୱାରା ପାଚନ ପ୍ରକ୍ରିୟାରେ ଅନେକ ପ୍ରକାର ଅସୁବିଧା ହୋଇଥାଏ । ଏପରି ବସିବା ଦ୍ୱାରା ଅନେକ ଶିରା ପ୍ରଶିରାରେ ରକ୍ତର ପ୍ରଭାବ ହେବା ଭଳି ସମସ୍ୟା ଉପୁଜିଥାଏ । ଏଥିପାଇଁ ଅଧିକ ସମୟ ଧରି ଏପରି ଭଙ୍ଗୀରେ ବସନ୍ତୁ ନାହିଁ ।