ଗଜପତିରେ ଭକ୍ତିପୁତ ଭାବେ ସରସ୍ୱତୀ ପୂଜା ପାଳିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) -ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଗଜପତି ଜିଲ୍ଲାରେ ସରସ୍ୱତୀ ପୂଜା ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି । ବିଶେଷ କରି ଜିଲ୍ଲାର ସମସ୍ତ ଶିକ୍ଷନୁଷ୍ଠାନ ଗୁଡିକରେ ସରସ୍ୱତୀ ପୂଜାକୁ ପାଳନ କରାଯାଇଛି । ଆଜି ସକାଳୁ ସକାଳୁ ଛାତ୍ରଛାତ୍ରୀ ମାନେ ଶିକ୍ଷାନୁଷ୍ଠାନ ଗୁଡିକରେ ପହଞ୍ôଚ ବିଭିନ୍ନ ସାଜସଜ୍ଜା ଦ୍ୱାରା ମାଁ ସରସ୍ୱତୀଙ୍କୁ ଅତ୍ୟନ୍ତ ଭକ୍ତିପୁତ ଭାବେ ପୂଜାର୍ଚ୍ଚନା କରିଥିଲେ । ପାରଳାଖେମୁଣ୍ଡି ଠାରେ ଥିବା ସରସ୍ୱତୀ ଶୀଶୁ ବିଦ୍ୟା ମନ୍ଦିର,ମହାରାଜାଙ୍କ ବାଳକ ଓ ବାଳିକା ଉଚ୍ଚ ବିଦ୍ୟାଳୟ,ଗଜପତି ଓ ମହିଳା ମହାବିଦ୍ୟାଳୟ,ସ୍ଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ସହ ସହରର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ ଗୁଡିକରେ ସରସ୍ୱତୀ ପୂଜାକୁ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀମାନେ ମିଳିତ ଭାବେ ପୂଜାପାଠ କରିଥିବା ଦେଖାଦେଇଥିଲା ।


