ବିରଞ୍ଚିପୁରରେ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ

ବୁଗୁଡା – ବୁଗୁଡା ବ୍ଲକ, ବିରଞ୍ଚିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବର ମଙ୍ଗଳବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଏସଏମସି ସଭାପତି ସୂର୍ଯ୍ୟ ନାରାୟଣ ସାହୁ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ସୀତାରାମ ସେଠୀ ଉଦଘାଟନୀ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ସିଆରସିସି ସନ୍ତୋଷ କୁମାର ସାହୁ ମୁଖ୍ୟ ଅତିଥି ଓ କ୍ରୀଡା ଶିକ୍ଷକ ବିଭୁ ପ୍ରସାଦ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମାଷ୍ଟର ଟ୍ରେନର ଭାବେ ବାସବା ଦତ୍ତ ଦାଶ ଓ ମିତାରାଣୀ ସ୍ଵାଇଁ ଯୋଗଦେଇ ୮୪ ଜଣ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ପାଇଁ ବିଭିନ୍ନ କୌଶଳ ବିଷୟରେ ତାଲିମ ପ୍ରଦାନ କରିବେ । ଏହି ତାଲିମ ଶିବିର ଆଠ ଦିନ ଧରି ଚାଲିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ