ହୃଦ୍‌ଘାତରେ ଦିଲ୍ଲୀରେ ମୃତ ଯୁବକଙ୍କ ମୃତଦେହ ଓଡିଶା ମୋ ପରିବାର କାର୍ଯ୍ୟକ୍ରମରେ ଗଜପତି ଅଣାଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଦିଲ୍ଲୀରେ ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ବରଣ କରିଥିବା ଗଜପତିର ଜଣେ ଯୁବକଙ୍କ ମୃତଦେହ ଓଡିଶା ମୋ ପରିବାର କାର୍ଯ୍ୟକ୍ରମ ଦ୍ୱାରା ଏଠାକୁ ଅଣାଯାଇଥିବା ସୁଚନା ମିଳିଛି । ଗଜପତି ଜିଲା ଗୋଷାଣୀ ବ୍ଲକ ଘରୋଣୀ ପଞ୍ଚାୟତର ରତନତାଳସିଂ ଗ୍ରାମର ଅଭିମନ୍ୟୁ ଦୋରା ଦିଲ୍ଲୀରେ କାର୍ଯ୍ୟକରିବାକୁ ଯାଇ ସେଠାରେ ଅସୁସ୍ଥ ଅବସ୍ଥାରେ ମୃତ୍ୟୁବରଣ କରିବା ପରେ ତାଙ୍କ ମର ଶରୀରକୁ ମୋ ଓଡିଶା କାର୍ଯ୍ୟକ୍ରମରେ ନିଜ ଗ୍ରାମକୁ ଅଣାଯାଇଛି । ଘଟଣାରୁ ପ୍ରକାଶ ଯେ ମୃତ ଅଭିମନ୍ୟୁଙ୍କ ବାପା ଜଗମୋହନ ଦୋରା ନିଜ ଗାଁ ଛାଡି କେଉଁ ଆଡେ ଦିର୍ଘ ଦିନ ହେଲା ଚାଲିଯିବାପରେ ମୃତ ଅଭିମନ୍ୟୁଙ୍କୁ ରାସ ଦୋରା ପାଳନ ପୋଷଣ କରିବା ସହ ପାଠ ପଢାଉଥିଲେ । ତାଙ୍କ ପାରିବାରର ଆର୍ଥିକ ଅବସ୍ଥା ଖରାପ ରହିଥିବା ଯୋଗୁଁ ଦିଲ୍ଲୀ କାର୍ଯ୍ୟ କରିବାକୁ ଯାଇ ସେଠାରେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲେ । ପରେ ତାଙ୍କ ମର ଶରୀରକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଉଦ୍ୟମରେ ଏବଂ ଗଜପତି ଜିଲା ଯୁବ ବିଜେଡି ସଭାପତି ଏସ୍‌.ଲିଙ୍ଗରାଜଙ୍କ ସହଯୋଗରେ ମୋ ଓଡିଶା ପରିବାର କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କ ଗାଁକୁ ଅଣାଯାଇଥିଲା । ତାଙ୍କ ମର ଶରୀରକୁ ପ୍ରଥମେ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା ଏବଂ ସେଠାରୁ ଆମ୍ବୁଲାନ୍ସ ଦ୍ୱାରା ତାଙ୍କ ଗାଁ ରତନତାଳସିଂକୁ ଅଣାଯାଇଥିବା ଜଣାପଡିଛି । ତାଙ୍କ ଶବ ଅଣାଯିବା ସମୟରେ ଭୁବନେଶ୍ୱର ଠାରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବିଧାୟକ ସୁଶାନ୍ତ ରାଉତ, ଓଡିଆ ମଞ୍ଚ ନିର୍ଦ୍ଦେଶକ ମନୋଜ ନାୟକ, କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ରବୀନ୍ଦ୍ର କୁମାର ସେଠୀ, ମୋ ଓଡିଶା ପରିବାର କାର୍ଯ୍ୟକ୍ରମର ଭି.ଶାନ୍ତି ଏବଂ ଅଭିମନ୍ୟୁଙ୍କ ସାଙ୍ଗ ଅସିତ ପତି ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ