କେନ୍ଦ୍ରାପଡା କଲେଜରେ ଗଣ୍ଡଗୋଳ ଅଭିଯୋଗରେ ୨ଅଣଛାତ୍ର ଥାନାରେ ଅଟକ
କେନ୍ଦ୍ରାପଡା – କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗଣ୍ଡଗୋଳ କରୁଥିବା ଅଭିଯୋଗରେ ୨ ଅଣଛାତ୍ରଙ୍କୁ ଟାଉନ ଥାନା ପୋଲିସ ଧରିଆଣି ଥାନାରେ ଅଟକ ରଖିଥିବା ପୋଲିସ ସୁତ୍ରରୁ ଜଣାପଡିଛି । ଅଭିଯୋଗରୁ ପ୍ରକାଶ ଯେ ଗୁରୁବାର ପୂର୍ବାହ୍ନରେ କଲେଜ ପରିସରରେ ବାଣିଜ୍ୟ ବିଭାଗର ଜନୈକ ଛାତ୍ରକୁ ଗାଳିଗୁଲଜ କରିବା ସହିତ ତାଙ୍କୁ ମାଡମାରି ସାର୍ଟ ଚିରିଦେବା ସଂପୃକ୍ତ ଛାତ୍ର କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲା । ଅଧ୍ୟକ୍ଷ ସେହି ଅଭିଯୋଗକୁ ଟାଉନ ଥାନା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଟାନ ଗ୍ରହଣ ନିମନ୍ତେ ପଠାଇଦେବା ପରେ ପୋଲିସ କଲେଜ କ୍ୟାମ୍ପସରେ ପହଁଚି ସଂପୃକ୍ତ ୨ ଅଣଛାତ୍ରଙ୍କୁ ନେଇ ଥାନାରେ ଅଟକ ରଖିଥିବା ଥାନା ସୁତ୍ରରୁ ଜଣାପଡିଛି ।


