ବାତ୍ୟାକୁ ନେଇ ବଜାରରେ କୃତିମ ଅଭାବ, ଦରବୃଦ୍ଧି

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବାତ୍ୟା‘ଫନି’କୁ ନେଇ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ସାମଗ୍ରୀର କୃତିମ ଅଭାବ ଓ ଦରବୃଦ୍ଧି ପରିଲକ୍ଷିତ ହୋଇଛି । ସାଧାରଣଲୋକେ ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ସାମଗ୍ରୀ ମହଜୁଦ୍ କରିବାକୁ ଚେଷ୍ଟା କରୁଥିବାରୁ ଏହାର ସୁଯୋଗ ନେଇ ମୁନାଫାଖୋର ବ୍ୟବସାୟୀ ଭାବେ ଫାଇଦା ଉଠାଉଛନ୍ତି । ବିଶେଷକରି ଆଳୁ, ପିଆଜ, ଡାଲି, ତେଲ, କିରୋସିନ, ପରିବା ଆଦି ସାମଗ୍ରୀ ଗୁଡିକର କୃତିମ ଅଭାବ ଦେଖାଯାଇଛି । ସେହିପରି ବିଭିନ୍ନ ସାମଗ୍ରୀ ଗୁଡିକର ଦର ପୂର୍ବାପେକ୍ଷା ଅଧିକ ବୃଦ୍ଧି କରାଯାଉଛି । ଫଳରେ ସାଧାରଣ ଗରିବ ଲୋକେ ଏଥିରେ ପ୍ରଭାବିତ ହେବେ ବୋଲି ଜଣାଯାଇଛି । ତେବେ ଜିଲା ପ୍ରଶାସନ ସାମଗ୍ରୀର କୃତିମ ଅଭାବ ଓ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ସାଧାରଣଲୋକେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ