କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍‌ଯାପିତ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ବନ୍ତ ବ୍ଲକ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଗତ ଦୁଇ ଦିନ ଧରି ଅନୁଷ୍ଠିତ ବନବିହାରୀ ଓ ରଙ୍ଗାଧର ସ୍ମାରକୀ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଯାଇଛି । ଜିଲା ପରିଷଦ ସଭ୍ୟ ରବିନ୍ଦ୍ର ଦାସ କ୍ରୀଡା ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ଉତ୍ସବରେ ପ୍ରଧାନ ଶିକ୍ଷକ ଅଧିର କୁମାର ତରାଇ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ମିତାଲୀ ଜେନା, ସମ୍ମାନୀତ ଅତିଥି ଭାବେ ବିଜୟ କୁମାର ଖଟୁଆ, ମୂରଲୀଧର ଲେଙ୍କା ଯୋଗ ଦେଇ କ୍ରୀଡା ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ଶଶୀ ଶେଖର କରଶର୍ମା ଅତିଥି ପରିଚୟ, କ୍ରୀଡା ଶିକ୍ଷକ କିଶୋର ଚନ୍ଦ୍ର ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରତିଯୋଗିତାରେ ଶିକ୍ଷକ ଉତ୍ତମ କୁମାର ଦତ୍ତ, ଗଦାଧର ସେନାପତି, ତରଣୀସେନ ଜେନା, ମଣିଭଦ୍ର ମିଶ୍ର, ଅଭୟ କୁମାର ସାହୁ, ଶୁଭ୍ରାଂଶୁ ଶେଖର ଶିଅଳ, ରୁଷିକଲ୍ୟାଣି ସେଠୀ, ଶ୍ୟାମ ସୁନ୍ଦର ସେଠୀ, ମିନତୀ ଦିକ୍ଷୀତ୍‌, ବିଭୁତି ଭୂଷଣ ପଣ୍ଡା, ଉମାଶଙ୍କର ଲେଙ୍କା, ସୁବାଷ ଚନ୍ଦ୍ର ସେଠୀ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ