ସାଧନା ବିଦ୍ୟା ମନ୍ଦିରରେ ମାତୃସମ୍ମିଳନୀ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ବନ୍ତ ବ୍ଲକ ନିଳୋକସ୍ଥିତ ସାଧନା ବିଦ୍ୟା ମନ୍ଦିରରେ ବାର୍ଷିକ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ନବ କୁମାର ଲେଙ୍କାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଅଶୋକ କୁମାର ମହାନ୍ତି, ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ସମ୍ମାନୀତ ବକ୍ତା ଭାବେ ପ୍ରାଥମିକ ଶିକ୍ଷକ ସଂଘ ବନ୍ତ ଶାଖାର ସଂପାଦକ ଧର୍ମେନ୍ଦ୍ର ନାରାୟଣ ଜେନା, ସମ୍ମାନୀତ ଅତିଥି ଭାବେ ଓଷ୍ଟା ବ୍ଲକ ସଂପାଦକ ଶଶୀ ଶେଖର କରଶର୍ମା, ଶିକ୍ଷାବିତ୍ ପର୍ଶୁରାମ ନାୟକ, ସମିତିସଭ୍ୟା କମଳିନୀ ଆଚାର୍ଯ୍ୟ, ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ସେନାପତି ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ ବିଜୟ କୁମାର ପଣ୍ଡା ବେଦପାଠ, ବରିଷ୍ଠ ଶିକ୍ଷକ ବାବାଜି ଚରଣ ଦଳେଇ ଅତିଥି ପରିଚୟ, ଶିକ୍ଷକ ଦିଗମ୍ବର ସେଠୀ ଉଦ୍ଦେଶ୍ୟ ଜ୍ଞାପନ, ଅନୁଷ୍ଠାନର ପ୍ରତିଷ୍ଠାତା ପଦ୍ମଲୋଚନ ବାରିକ ସ୍ୱାଗତ ଭାଷଣ ଓ ବରିଷ୍ଠ ଶିକ୍ଷକ ହୃଷିକେଶ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟକ୍ଷ ବିଶ୍ୱନାଥ ବାରିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ସିଲିରାଣୀ ବାରିକ, ଧବଳ କୁମାର ସ୍ୱାଇଁ, ଜୟନ୍ତ କୁମାର ମହାପାତ୍ର, କାଦମ୍ବିନୀ ସାହୁ, ରୀନାବାଳା ରଥ, ବୀଣାପାଣି ଜେନା, ସୁନିତା ଜେନା, ପ୍ରିୟଙ୍କା ସାହୁ, ମିତାଞ୍ଜଳୀ ସେଠୀ, ରମେଶ ବାରିକ, ବାବାଜି ଚରଣ ସେନାପତି, ନାରାୟଣ ଚନ୍ଦ୍ର ଦାଶ, ସନାତନ ନାୟକ ପ୍ରମୁଖ ସହାୟତା କରିଥିଲେ । ଏଥିରେ ୩୦୦ରୁ ଉର୍ଦ୍ଧ୍ୱ ଅଭିଭାବକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ