ନିଯୁକ୍ତି ମେଳା ପ୍ରସ୍ତୁତି ବୈଠକ

ଯାଜପୁର,(ଯୁଗାବ୍ଦ ନ୍ୟୁଜ୍‌): ଯାଜପୁର ଜିଲ୍ଲା ପ୍ରଶାସନ ଓ ନିୟୋଜନ ବିଭାଗ ପକ୍ଷରୁ ମିଳିତ ଭାବରେ ବୁଧବାର ବେକାରୀ ଯୁବକ ଓ ଯୁବତୀ ମାନଙ୍କ ପାଇଁ କର୍ମ ନିଯୁକ୍ତି କରିବା ପାଇଁ ବୁଧବାର ଆୟୋଜନ ହେବ ନିଯୁକ୍ତି ମେଳା । ଏହି ନିଯୁକ୍ତି ମେଳା ପାଣିକୋଇଲି କଲେଜ ପଡିଆରେ ଆୟୋଜିତ କରିବା ପାଇଁ ଚୟନ କରାଯାଇଛି । ଏହି ମେଳାରେ ବେକାରୀ ଯୁବକ ଓ ଯୁବତୀ ମାନେ କିଭଳି ଭାବରେ ନିଯୁକ୍ତି ପାଇ ପାରିବେ ସେ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହାର କିଭଳି ଭାବରେ ଅଧିକ ପ୍ରଚାର ଓ ପ୍ରସାର ହୋଇପାରିବ ସେଥିଲାଗି ଡିଆରଡିଏ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ ଏବଂ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଯୋଗ ଦେଇ ନିଯୁକ୍ତି ମେଳା ସଂପର୍କରେ ସୂଚନା ଦେଇଥିଲେ । ୧୮ ବର୍ଷରୁ ଅଧିକ ଯୁବକ ଯୁବତୀ ଏହି ମେଳାରେ ଅଂଶଗ୍ରହଣ କରିପାରିବେ ଏଥିପାଇଁ ନିଜର ସମସ୍ତ ଶିକ୍ଷାଗତ ଯୋଗ୍ୟତା ସହିତ ଆନୁସଂଗିକ ପ୍ରମାଣପତ୍ର ଆଣିବାକୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ