ପୁରୁଷ ସରୋଗେସୀକୁ ନେଇ ନିର୍ମିତ ଫିଲ୍ମରେ ‘ରାଜକୁମାର’

ସମାଜର ପ୍ରତ୍ୟେକ ପ୍ରସଙ୍ଗକୁ ନେଇ ବର୍ତ୍ତମାନ ଫିଲ୍ମ ପ୍ରସ୍ତୁତ କରାଯାଉଛି । ବଲିଉଡରେ ମହିଳା ସରୋଗେସୀ ପରେ ଏବେ ପୁରୁଷ ସରୋଗେସୀର ଚର୍ଚ୍ଚା ଜୋର୍‌ ଧରିଛି । ଶୁଣିବାକୁ ମିଳିଛି ଯେ, ଡାଇରେକ୍ଟର ରାଜ୍‌ ସାନ୍ଦିଲ୍ୟ ପୁରୁଷ ସରୋଗେସୀକୁ ନେଇ ଏକ ଫିଲ୍ମ ବଲିଉଡରେ ନିର୍ମାଣ କରିବାକୁଯାଉଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ରାଜକୁମାରଙ୍କୁ ସାଇନ୍‌ କରାଯାଇଛି । ଏଇ ନିକଟରେ ନିଦେ୍ର୍ଦଶକ ରାଜ ସାନ୍ଦିଲ୍ୟ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହିତ ଫିଲ୍ମ ‘ଡ୍ରିମ୍‌ ଗର୍ଲ’ ନିର୍ମାଣ କରିଥିଲେ । କିଛି ବର୍ଷ ତଳେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଭିକ୍କି ଡୋନର୍‌’ରେ ଆୟୁଷ୍ମାନ୍‌ ଖୁରାନା ଯେଉଁ ଭଳି ଚରିତ୍ର ନିଭାଇଥିଲେ ଠିକ୍‌ ସେହିଭଳି ଭୂମିକାରେ ରାଜକୁମାର ରାଓଙ୍କୁ ଦେଖିବାକୁ ମିଳିବ । ତେବେ ବଲିଉଡରେ ସରୋଗେସୀକୁ ନେଇ ଏହା ପ୍ରଥମ ଫିଲ୍ମ ପ୍ରସ୍ତୁତ ହେଉନାହିଁ । ଏହା ପୂର୍ବରୁ ମହିଳା ସରୋଗେସୀକୁ ନେଇ ହିନ୍ଦୀ ସିନେମାରେ ୨୦୦୩ରେ ଫିଲ୍ମ ‘ଚୋରୀ ଚୋରୀ ଚୁପ୍‌କେ ଚୁପ୍‌କେ’ ସର୍ବ ପ୍ରଥମେ ଆସିଥିଲା । ଏଥିରେ ସଲ୍‌ମାନ ଖାନ୍‌, ରାନୀ ମୁଖାର୍ଜୀ ଏବଂ ପ୍ରୀତି ଜିଣ୍ଟା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏଇ ନିକଟରେ ରିଲିଜ୍‌ ହୋଇଥିବା ଅକ୍ଷୟ କୁମାର ଏବଂ କରୀନା କପୁରଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ମଧ୍ୟ ଏହି ପ୍ରସଙ୍ଗ ଉପରେ ତିଆରି ହୋଇଥିବା ଏକ କମେଡି ଡ୍ରାମା ଫିଲ୍ମ ଅଟେ । କିଛି ଦିନ ତଳେ ଖବର ଆସିଥିଲା ଯେ, ଫିଲ୍ମ ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକର ମଧ୍ୟ ଏହି ବିଷୟକୁ ନେଇ ‘ମିମି’ ଫିଲ୍ମ ନିର୍ମାଣ କରୁଛନ୍ତି । ଏଥିରେ କ୍ରୀତି ସାନନ୍‌ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ରାଜକୁମାର ରାଓଙ୍କ ହାତରେ ବର୍ତ୍ତମାନ ‘ରୁହି ଅଫ୍‌ଜାନା’, ‘ଲୁଡୋ’, ‘ଛଲାଙ୍ଗ’ ଫିଲ୍ମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ