କମାଣ୍ଡର ସହ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,୨ ଗିରଫ,୧ ଫେରାର
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଆର୍.ଉଦୟଗିରି ପୋଲିସ ପକ୍ଷରୁ ପେଟ୍ରୋଲିଂ ସମୟରେ ନୂଆଗଡ ବ୍ଲକ ଅନୁଗୁର-ପରିମଳ ଗ୍ରାମ ପାଶ୍ୱର୍ରୁ ଏକ ନମ୍ବର ବିହୀନ କମାଣ୍ଡରରୁ ୮ଲକ୍ଷ ଟଙ୍କାର ୪୦୦କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । ଅନୁଗୁର-ପରିମଳ ଗ୍ରାମ ଆସୁଥିବା ଏକ କମାଣ୍ଡର ଗାଡିକୁ ପେଟ୍ରୋଲିଂ କରୁଥିବା ପୋଲିସ ଗାଡି ପିଚ୍ଛା କରିଥିଲା । ଗାଡିଟି ଦୃତଗତିରେ ଯାଉଥିବାବେଳେ ଉକ୍ତଗାଡିକୁ ପାରିବଟା ନିକଟସ୍ଥ କୁସୁମ ଘାଟିଠାରେ ପୋଲିସ ଅଟକାଇ ଯାଞ୍ଚଞ୍ଚ କରିବାରେ ଗଞେଇ ଚୋରା ଚାଲାଣ ହେଉଥିବା ସ୍ୱଷ୍ଟ ହୋଇଥିଲା । ପୋଲିସ କମାଣ୍ଡରର ଗାଡିଚାଳକ ପ୍ରତାପ ମାଝୀ ଏବଂ ଅନ୍ୟ ଜଣେ କିଶୋର ମାଝୀ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ପୋଲିସକୁ ଚକମାଦେଇ ଫେରାର ହୋଇଯାଇଥିଲେ ଯାହାଙ୍କ ନାମ ଜୁନେଶ ଲିମ୍ମା ବୋଲି ଜଣାପଡିଛି । ଏହି ସମସ୍ତ ସୂଚନା ଆର୍.ଉଦୟଗରି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅଶୋକ କୁମାର ମହାନ୍ତି କହିଥିବା ଜଣାପଡିଛି । ଏହି ଗାଡିରୁ ମୋଟ ୧୪ବସ୍ତା ଗଞ୍ଜେଇ ଯାହାକି ୪୦୦କିଲୋ ଏବଂ ଏହାର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏ ସମ୍ପର୍କରେ ୧୮/୨୦ରେ ଏକ ମାମଲା ରୁଜୁ ହୋଇଥିବାର ଜଣାପଡିଛି । ଗିରଫ ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଆସାମୀକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ମମତା ନାୟକ ଜଣାଇଛନ୍ତି ।


