ଜାଡିମା ଠାକୁରାଣୀଙ୍କ ପ୍ରଥମ ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଗୋଷାଣୀ ବ୍ଲକ ଅନ୍ତର୍ଗତ ଭିନଳା ଗ୍ରାମରେ ଆଜି ଜାଡିମା ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ଗ୍ରାମାଞ୍ଚଳର ଶତାଧିକ ଭକ୍ତ ବା ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବିଶ୍ୱାସ ରହିଛି କି ମାଙ୍କୁୁ ପୂଜା କରିବା ଦ୍ୱାରା ଗାଁରେ ମହାମାରୀ ଆସେନାହିଁ ବୋଲି ଗ୍ରାମବାସୀ ଜଣାଇଛନ୍ତି । ପ୍ରଥମେ ପାରମ୍ପରିକ ନୀତିରେ ପୂଜାର୍ଚ୍ଚନା ସରିବାପରେ ଭଜନ ସମାରୋହ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା । ପୂଜାର୍ଚ୍ଚନାସରିବାପରେ ଭକ୍ତମାନଙ୍କ ପାଇଁ ଅର୍ଣ୍ଣପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଏହି ମହୋତ୍ସବକୁ ପରିଚାଳନା କରିଛନ୍ତି ମନ୍ଦିର କମିଟି ସଦସ୍ୟ ପ୍ରଫୁଲ ବରାଡ, ସୁଶାନ୍ତ ପ୍ରଧାନ, ଚିତ୍ରସେନ ସ୍ୱାଇଁ, ସନ୍ତୋସ ପ୍ରଧାନ, ରଞ୍ଜିତ ପ୍ରଧାନ, ସୁରେଶ ବରାଡ, ଦୀନବନ୍ଧୁ, ଜଗା ପ୍ରଧାନ ପ୍ରମୁଖ ।


