ଫେରାର ଚୋରୀ ଅଭିଯୁକ୍ତ ଗିରଫ

ଯୋଡ଼ା : ସହରର କମାରଯୋଡ଼ା ଠାରେ ହୋଇଥିବା ଚୋରୀ ଘଟଣାର ଜଣେ ଅଭିଯୁକ୍ତକୁ ଯୋଡ଼ା ପୋଲିସ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।ଅଭିଯୁକ୍ତ ହେଲେ ଯୋଡ଼ା ମଙ୍ଗଳା ମନ୍ଦିର ନିକଟରେ ରହୁଥିବା ଟେପେ କାରୁଆ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତା୧୭/୦୩/୨୦୨୦ରିଖରେ ଦୁଇଜଣ ଅଭିଯୁକ୍ତ କମାରଯୋଡ଼ାରେ ଭଡ଼ାରେ ରହୁଥିବା ଆବିଦ ହୁସେନଙ୍କ ଘରେ ପଶି ନଗଦ ୧୧ଶହ ଟଙ୍କା ଓ ମୋବାଇଲ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।ଏହି ଘଟଣାରେ ପୋଲିସ ପୂର୍ବରୁ ମଙ୍ଗଳା ମନ୍ଦିର ଅଂଚଳର ପୂର୍ନ୍ନଚନ୍ଦ୍ର ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।ଗିରଫ ଅଭିଯୁକ୍ତ ଟେପେ କାରୁଆ ଦୀର୍ଘ ଦିନରୁ ଫେରାର ଥିଲା ।ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଚଢାଉ କରି ଟେପେ କାରୁଆକୁ ଗିରଫ କରିଥିବା ଯୋଡ଼ା ଆଇଆଇସି ରାଇସେନ ମୂର୍ମୂ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ