ବଜ୍ରାଘାତରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ

ଭଂଜନଗର: ବଜ୍ରାଘାତରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମହିଳା ଜଣଙ୍କ ଭଂଜନଗର ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗାଁର ୫୫ ବର୍ଷୀୟ ନୟନୀ ନାଇକ । ଅପରାହ୍ନ ଚାରିଟା ସମୟରେ ସେ ଗଛରୁ ଖଜୁରୀ ଡାଳ କାଟି ଆଣୁଥିବା ବେଳେ ବିଲ ହିଡରେ ବଜ୍ରାଘାତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ଆଜି ଦିନ ୧୧ ଟାରେ ଏହି ଥାନା ଅନ୍ତର୍ଗତ ହାତୀଗୁଡା ଗ୍ରାମର ୧୯ ବର୍ଷୀୟ ଟିକି ପଲାଇଙ୍କ ମୃତ୍ୟୁ ଘଟିଥିଲା । ଗୋଟିଏ ଦିନରେ ଭଞ୍ଜନଗର ଅଂଚଳରେ ଦୁଇ ଦୁଇଟି ବଜ୍ରାଘାତରେ ମୃତ୍ୟୁ ଘଟଣା ଅଂଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ