ବାହାର ରାଜ୍ୟରୁ ଫେରୁଥିବା ବ୍ୟକ୍ତିଙ୍କୁ ନେଇ ଗ୍ରାମରେ ଉତେଜନା

ନାଉଗାଁ : ବ୍ଳକରେ ଜନସାଧାରଣ କରୋନାକୁ ନେଇ ଆତଙ୍କିତ ରହିଥିବା ବେଳେ ବାହାର ରାଜ୍ୟରୁ ଫେରାନ୍ତାଙ୍କୁ ନେଇ ବହୁ ଗ୍ରାମରେ ଉତେଜନା ଦେଖାଦେଇଛି ।ଏପରିକି ସେମାନଙ୍କୁ ଗ୍ରାମରେ ନ ରଖିବା ପାଇଁ ମଧ୍ୟ ଜନସାଧାରଣମାନେ ଦାବି କରିଛନ୍ତି । ଉକ୍ତ ବ୍ଳକରୁ ଅଧିକାଂଶ ଲୋକ ରାଜ୍ୟ ବାହାରେ ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ବର୍ତମାନ କରୋନା ପାଇଁ ଗ୍ରାମକୁ ଆସୁଛନ୍ତି । ଯାହାକୁ ନେଇ ଗ୍ରାମର ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ସାରା ଭାରତରେ ଲକ ଡାଉନ ଜାରୀ ରହିଥିଲେ ମଧ୍ୟ ଗୁରୁବାର ଉକ୍ତ ବ୍ଳକର କିଛି ଗ୍ରାମକୁ ଚେନ୍ନାଇ ଓ କେରଳରୁ ଫେରିଥିବା ପ୍ରଚାରିତ ହୋଇଥିଲା । ଯାହାକୁ ନେଇ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳକୁ ବିଡିଓ ରଶ୍ମିରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା, ଥାନାଧିକାରୀ ଗୋବର୍ଦ୍ଧନ ସାହୁ ପହଂଚି ଉକ୍ତ ଗ୍ରାମରେ ବୁଝାଶୁଝା କରିଥିଲେ । ବିଡିଓ ରଶ୍ମିରେଖା ମଲ୍ଲିକଙ୍କ ସୂଚନାନୁଯାୟୀ ଗୁରୁବାର ସଂଧ୍ୟାରେ ଗ୍ରାମକୁ ଫେରିଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ଆଇସୋଲେଶନ ସେଂଟରରେ ରଖାଯିବା ପାଇଁ ବନ୍ଦୋବସ୍ତ କରାଯାଇଛି । ଏହି ବ୍ଳକରେ ୧୬ଟି ପଂଚାୟତରେ ୧୬ ଆଇସୋଲେସନ କେନ୍ଦ୍ର ଖୋଲା ଯିବା ପାଇଁ ବ୍ୟବସ୍ଥା କରାଯାଇଛି । ମାତ୍ର ଆଜି ସୁଦ୍ଧା ନାଉଗାଁ ଓ ଡାବର ପଂଚାୟତର ଆଇସୋଲେଶନ ସେଂଟର କାର୍ଯ୍ୟକାରୀ କରାଯାଇଛି । ଏହି ଦୁଇ ପଂଚାୟତର ବିଦେଶ ଓ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତିଙ୍କୁ ସେଠାରେ ରଖାଯାଉଥିବା ବିଡିଓ ମଲ୍ଲିକ ପ୍ରକାଶ କରିଛନ୍ତି । ସେହିପରି ବୁଧବାର ମିଳିଥିବା ସୂଚନା ମୁତାବକ ଉକ୍ତ ବ୍ଳକକୁ ସର୍ବମୋଟ ୧୯୪ ଜଣ ବାହାରୁ ଫେରିଥିବା ବେଳେ ରାଜ୍ୟ ବାହାରୁ ୧୮୪ ଓ ଦେଶ ବାହାରୁ ୧୦ ଜଣ ଉକ୍ତ ବ୍ଳକକୁ ଆସିଛନ୍ତି । ଉକ୍ତ ବ୍ୟକ୍ତିଙ୍କୁ ଘରେ ରଖାଯିବା ସହିତ ତାଙ୍କ ଉପରେ ପ୍ରଶାସନ ପକ୍ଷରୁ କଡା ନଜର ମଧ୍ୟ ରଖାଯାଇଛି । ଲକ ଡାଉନ ଘୋଷଣା କରାଯାଇଥିବା ବେଳେ ସାପ୍ତାହିକ ହାଟରେ ଭିଡ ଜମୁଥିବା ଦେଖୁବାକୁ ମିଳୁଛି । ତେଣୁ ପେଟ୍ରୋଲିଂକୁ କଡାକଡି କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ