ସଦର ବିଧାୟକ ମୁସଲମାନ ଭାଇ ଭଉଣୀ ମାନଙ୍କୁ ଜଣାଇଲେ ଇଦ୍ ମୁବାରକ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) ବାଲେଶ୍ୱର ସଦରର ନବ ନିର୍ବାଚିତ ବିଧାୟକ ଶ୍ରୀ ମଦନ ମୋହନ ଦତ୍ତ (ମଙ୍ଗୁ ଭାଇ) ପବିତ୍ର ଇଦ୍ ଉପଲକ୍ଷେ ବାଲେଶ୍ୱରର ସମସ୍ତ ମୁସଲିମ ଭାଇ ଭଉଣୀ ଏବଂ ଗୁରୁଜନ ମାନଙ୍କୁ ଇଦ୍ର ଶୁଭେଚ୍ଛା ଜଣାଇଛନ୍ତି । ଭାଇଚାରାର ପର୍ବ ଇଦ୍ ସମସ୍ତଙ୍କ ପାଇଁ ଶୁଖଦାୟକ ହେଉ ଏହି ପର୍ବ ହସ ଉଲ୍ଲାସରେ କଟୁ ବୋଲି ଶ୍ରୀ ଦତ୍ତ କାମନା କରିଥିଲେ । ଦୀର୍ଘ ଏକ ମାସ ଉପାସ ରହିଲା ପରେ ପବିତ୍ର ଇଦ୍ ପର୍ବ ଆସିଥାଇ ତେଣୁ ଏହାକୁ ଭାଇଚାରାର ସହ ସମସ୍ତେ ପାଲିବା ସହିତ ପରସ୍ପର କାନ୍ଧରେ କାନ୍ଧ ମିଶାଇ ଇଦ୍ ମୁବାରକ କହି ସମସ୍ତକୁ ଶୁଭେଚ୍ଛା ଜଣାଇଥାନ୍ତିି । ଏହି ପରିପେକ୍ଷିରେ ଆଜି ଅନକେ ମୁସଲମାନ ଭାଇଙ୍କ ନିମନ୍ତ୍ରଣ ପାଇ ବିଭିନ୍ନ ସ୍ଥାନରେ ଇଦ୍ ପାର୍ଟିରେ ବିଧାୟକ ଯୋଗଦାନ କରି ଶାନ୍ତିି ଓ ଏକାତାର ସୂତରେ ସମସ୍ତେ ବାନ୍ଧି ହେବା ପାଇଁ ଆହ୍ୱାନ ଦେଇଥିଲେ । ନୂତନ ଭାବେ ବିଧାୟକ ନିର୍ବାଚିତ ହୋଇଥିବାରୁ ଅନେକ ସ୍ଥାନରେ ଶ୍ରୀ ଦତ୍ତ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।