ସଫେଇ କର୍ମଚାରୀଙ୍କ ସଚେତନତା ବାର୍ତା

ହିଞ୍ଜିଳିକାଟୁ (ଶେଷଦେବ ସାହୁ): ମହାମାରୀ କରୋନା ସମୟରେ ସଫେଇ କର୍ମଚାରୀ ଜନ ସାଧାରଣଙ୍କ ସେବାରେ ବ୍ରତୀ ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକର ନିର୍ବାହ କରୁଛନ୍ତି । ସହରର ପରିମଳ ବ୍ୟବସ୍ଥା ରଖିବା ପାଇଁ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ସଫେଇ କର୍ମଚାରୀ ଏପରି ଦୁର୍ଦ୍ଦିନରେ ସହର ବାସୀଙ୍କ ସେବାରେ ଅଛୁ ବୋଲି ବାର୍ତ୍ତା ପ୍ରଦାନ କରିଛନ୍ତି । ସହରବାସୀ ନିଜ ଘରେ ସୁରକ୍ଷିତ ରହିବା ପାଇଁ ସଫେଇ କର୍ମଚାରୀ ପ୍ଲାକାର୍ଡ଼ ଧରି ବାର୍ତ୍ତା ପ୍ରଦାନ କରିଛନ୍ତି । ଏଥିସହ ସାମାଜିକ ଦୂରତା ରଖିବା, ମୁହଁକୁ କପଡ଼ା କିମ୍ବା ମାସ୍କରେ ଘୋଡ଼ାଇ ରଖିବା ଓ ହାତକୁ ବାରମ୍ବାର ସାବୁନରେ ଧୋଇବା ନିମନ୍ତେ ସଫେଇ କର୍ମଚାରୀ ଲୋକଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ