ପାରଳାରେ ଲକ୍‌ଡାଉନ୍ ଉଲଂଘନ ପୋଲିସ ଆଜି ୨୦ ଜଣଙ୍କୁ ଗିରଫ କଲା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ପୋଲିସ ବ୍ୟବସ୍ଥା ଅତ୍ୟନ୍ତ କଡାକଡି ହୋଇଛି । ପ୍ରଶାସନ ଓ ପୋଲିସର ବାରମ୍ବାର ଅନୁରୋଧ ସତ୍ୱେ ଲକ୍‌ଡାଉନ୍ ଆଇନକୁ ଉଲଂଘନ କରିବା ଅଭିଯୋଗରେ ଆଜି ୨୦ ଜଣଙ୍କୁ ଗିରଫ କରାଯାଇଛି । ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ଆଇଆଇସି ବିବେକା ନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପୋଲିସ ଦଳ ପାରଳା ସହରର ବିଭିନ୍ନ ଅଞ୍ଚଳରେ ଲକ୍‌ଡାଉନ୍ ଆଇନକୁ ଉଲଂଘନ କରି ବିନା କାରଣରେ ପୃଥକ ପୃଥକ ଭାବେ ବାହାରେ ବୁଲୁଥିବା ବେଳେ ୨୦ଜଣଙ୍କୁ ଗିରଫ କରାଯାଇଛି । ଏ ସମସ୍ତଙ୍କୁ ପାରଳାଖେମୁଣ୍ଡି ଥାନାରେ ଆବଶ୍ୟକ ସଚେତନା କରାଯିବା ସହ ବ୍ୟକ୍ତିଗତ ମୁଚାଲିକାରେ ଏମାନଙ୍କୁ ସତର୍କ କରାଇ ଛାଡିଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ