କରୋନା ଉଜାଡ଼ି ଦେଲା ୨୦ ହଜାର ହେକ୍ଟର ସୂର୍ଯ୍ୟମୁଖୀ ଚାଷ, ଚାଷୀ ହତାଶ

ମୋହନା, (ଅଂଶୁମାନ ପଣ୍ଡା): କରୋନା ପ୍ରଭାବରେ ସାରା ଦେଶର ଚାଷୀଙ୍କ ଉପରେ ଚଡ଼କ ପଡ଼ିଥିବା ବେଳେ ଏଥିରୁ ସୂର୍ଯ୍ୟମୁଖୀ ଚାଷ କରୁଥିବା ଚାଷୀମାନେ ମଧ୍ୟ ବଂଚି ପାରି ନାହାଁନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ୍‌ରେ ବିଭିନ୍ନ ସ୍ଥାନରେ ୨୦ ହଜାରରୁ ଉର୍ଦ୍ଧ୍ୱ ହେକ୍ଟରରେ ସୂର୍ଯ୍ୟମୁଖୀ ଫୁଲ ଚାଷ କରିଛନ୍ତି ଚାଷୀ କିନ୍ତୁ ଲକ୍‌ଡ଼ାଉନ୍ ଯୋଗୁଁ ଘରୁ ବାହରକୁ ବାହାରି ନପାରିବା ସହ ଚାଷ କାର୍ଯ୍ୟକୁ ପରିଚାଳନା କରିପାରିନଥିଲେ । ଲକ୍‌ଡ଼ାଉନ୍ ଯୋଗୁଁ ସରକାର ତଥା ପୋଲିସ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଭୟରେ କେହି ଘରୁ ପଦାକୁ ବାହାରି ପାରିନଥିଲେ । ତେଣୁ ଚାଷ ପାଇଁ ଆବଶ୍ୟକ ହୋଇଥିବା ଯେଉଁ ସବୁ ଜିନିଷ ଯଥା ସାର, ପାଣି ଓ ଅନ୍ୟାନ୍ୟ ଦରକାରୀ ଜିନିଷ ଚାଷ ଜମିକୁ ଯୋଗାଇ ନପାରିବାରୁ ସୂର୍ଯ୍ୟମୁଖୀ ପୁଲ ଗୁଡିକରେ ପୋକ ଲାଗିବା ସହ ପାଣି ଅଭାବରେ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଏବେ ଚାଷୀକୂଳ ସମ୍ପୂର୍ଣ୍ଣ ହତାଶ ହୋଇ ମୁଣ୍ଡରେ ହାତ ଦେଇ ବସିଛି । ଅନ୍ୟ ପଟେ ଧାରକରଜ କରି ଏହି ଚାଷକୁ ଆପଣାଇ ଥିବା ଚାଷୀ ଏବେ ଋଣ ପରିଶୋଧ କିପରି କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି । ସବୁଠାରୁ କ୍ଷତିଗ୍ରସ୍ତ ହୋଇଥିବା ଗୋବିନ୍ଦପୁର ଗ୍ରାମର ଚାଷୀ ଉମା ସାହୁ ଯିଏକି ନିଜ ଜମିରେ ୬ରୁ ୮ ଏକରରେ ଏହି ଚାଷ କରିଥିଲେ ଯାହା ସମ୍ପୂର୍ଣ୍ଣ ଉଜୁଡ଼ି ନଷ୍ଟ ହୋଇଯାଇଛି । ସେ ବହୁ କଷ୍ଟରେ ଋଣ କରି ଏହି ଚାଷ କରିଥିଲେ । ସେହିପରି ଭଗବାନ ଗୌଡ଼ ୭ ଏକର, ସୁକୁ ଗମାଙ୍ଗ ୮ ଏକର, ଅଡ଼ବା ଚନ୍ଦ୍ରଗିରି ଆଦି ବିଭିନ୍ନ ସ୍ଥାନମାନଙ୍କରେ ସୂର୍ଯ୍ୟମୁଖୀ ଚାଷ କରିଥିବା ଚାଷୀ ଏବେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ସରକାର ପକ୍ଷରୁ ଯଦି ଏହି ଚାଷିମାନଙ୍କୁ ସହାୟତା କରାନଯାଏ ଆଗାମୀ ଭବିଷ୍ୟତରେ ଚାଷୀମୃତ୍ୟୁହାର ମଧ୍ୟ ବଢ଼ିପାରେ । ତେଣୁ ରାଜ୍ୟ ସରକାର ପକ୍ଷରୁ ତୁରନ୍ତ ଏମାନଙ୍କ ପାଇଁ ସହାୟତା ରାଶି ଓ ଋଣ ଛାଡ଼ ବ୍ୟବସ୍ଥା ଲାଗୁ କଲେ ସୂର୍ଯ୍ୟମୁଖୀ ଚାଷୀମାନେ ଉପକୃତ ହୋଇପାରନ୍ତେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ