ଗଜପତି ପାଇଁ ସୁ-ଖବର ୫୧୮ ସ୍ୱାବରୁ ୪୮୫ ନେଗେଟିଭ୍
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଜିଲ୍ଲା ପାଇଁ ସୁ-ଖବରର ସୂଚନା ମିଳିଛି । ଗଜପତି ଜିଲ୍ଲାରୁ ଗତକାଲି ସୁଦ୍ଧା ୫୧୮ଗୋଟି ସ୍ୱାବ ପଠାଯାଇଥିଲା । ଏଥିରୁ ୪୮୫ ଗୋଟି ସ୍ୱାବର ରିପୋର୍ଟ ଆସି ପହଞ୍ôଚଛି । ଏହି ୪୮୫ ଗୋଟି ନେଗେଟିଭ୍ ଥିବା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଅବଶିଷ୍ଠ ୩୩ଗୋଟି ସ୍ୱାବ୍ର ରିପୋର୍ଟ ଆଜି ପହଞ୍ôଚବାର ସମ୍ଭାବନା ରହିଥିବା କୁହାଯାଇଛି । ମୋଟ ଉପରେ ଗଜପତି ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ଜଣେ ହେଲେ କରୋନା ରୋଗୀ ଚିହ୍ନଟ ହୋଇନାହାଁନ୍ତି । ଜିଲ୍ଲା ପ୍ରଶାସନ ଗଜପତିକୁ କରୋନା ମୁକ୍ତ ପାଇଁ ବ୍ୟାପକ ପଦକ୍ଷେପ ହାତକୁ ନେଇଥିବା ବେଳେ ସାଧାରଣଙ୍କୁ ଆବଶ୍ୟକ ସଚେତନ କରିପାରିଛନ୍ତି । ଏଥ ôସହ ସାରା ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବହୁ ଟିମ୍କୁ ଜିଲ୍ଲା ସାରା ସଜାଗ ରଖାଯାଇ ତୀକ୍ଷଣ ନଜର ରଖାଯାଇଛି । ଗଜପତି ଜିଲ୍ଲାର ସମସ୍ତ ଆନ୍ତଃରାଜ୍ୟ ଓ ଆନ୍ତଃଜିଲ୍ଲା ପ୍ରବେଶ ପଥକୁ ସିଲ କରାଯାଇ ୨୪ ଘଣ୍ଟିଆ ପୋଲିସ ପଇଁତରା ବ୍ୟବସ୍ଥା କରାଯାଇଛି । ଏଥି ସହ ସରକାରଙ୍କ ଘୋଷିତ ଲକ୍ଡାଉନ୍କୁ ଗଜପତି ଜିଲ୍ଲାରେ କଡାକଡି ଭାବେ ପାଳନ କରାଯାଉଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ପ୍ରତ୍ୟକ୍ଷ ଭାବେ ଜିଲ୍ଲାସାରା ବିଭିନ୍ନ ଅଞ୍ଚଳ ଗସ୍ତକରି ସାଧାରଣଙ୍କୁ ସଚେତନ କରିବା ସହ ବିଭିନ୍ନ ଅନୁଧ୍ୟାନ ଜାରୀ ରଖିଛନ୍ତି ।


