ଏନ୍ ଓ ସି ଫାଉଣ୍ଡେସନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

ପାରାଦ୍ୱୀପ (ପୀତବାସ ପ୍ରଧାନ) : କରୋନା ମହାମାରୀ କୁ ଦୃଷ୍ଟିରେ ରତ୍କ ସାରାଦେଶରେ ବଳବତ୍ତଥିବା କଫ୍ୟୁ ଓ ଲକଡାଉନ ରେ ପ୍ରଭାବିତ ଦିନ ମଜୁରିଆ, ଅଭାବୀ ଗରିବ ଏବଂ ଲୋକମାନଙ୍କୁ ‘ନିଉ ଅପରଚ୍ୟୁନିଟି ଫର ଚିଲ୍‌ଡ୍ରେନ’ (ଏନ୍‌ଓସି) ଫାଉଣ୍ଡେସନ ପକ୍ଷରୁ ପାରାଦ୍ୱୀପ ର ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଉଛି । ଫାଉଣ୍ଡେସନ ସଂସ୍ଥାର ରାଜ୍ୟ ସଂଯୋଜିକା ଶୈଳେନ୍ଦ୍ରୀ ସେନାପତି ପାରାଦ୍ୱୀପ ଉପକଣ୍ଠରେ ଥିବା ନୋଳିଆ ସାହି, ଜଗନ୍ନାଥ କଲୋନୀ, ଲକ୍‌ପଡା, ବାଉରିଆ ପାଳନ୍ଦା ଇତ୍ୟାଦି ବସ୍ତି ମାନଙ୍କରେ ଅସହାୟ ମ।।ନଙ୍କୁ ଶୁଖିଲା ଖାଦ୍ୟ ଓ ଫେସ ମାସ୍କ ବଣ୍ଟନ କରିଛନ୍ତି । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରୀ ରହିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ପ୍ରକାଶ ଥାଉକି ଏନ୍‌ଓସି ଫାଉଣ୍ଡେସନ ଏକ ଅଣରାଜନୈତିକ, ଅଣଲାଭଦାୟକ ସଂସ୍ଥା । ଏହା ଯୁବ ବିକାଶ ଉନ୍ନୟନ, ଭୂମିହୀନ ଶ୍ରମିକ, ସାମାନ୍ୟ କୃଷକ, ଅଶହାୟ ଶିଶୁ, ଗରିବ ମହିଳା, ବୃଦ୍ଧା ବୃଦ୍ଧଙ୍କ ଉନ୍ନୟନ ଓ ଆତ୍ମନିର୍ଭରଶୀଳ ପାଇଁ କାର୍ଯ୍ୟ କରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ