ପିକଅପ ଭ୍ୟାନ ଧକ୍କାରେ ସାଇକେଲ ଚାଳକ ଗୁରୁତର

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ସାଇକେଲ ଆରୋହୀଙ୍କୁ ଜୋରରେ ଧକ୍କା ଦେଇ ଚାଲିଯାଇଥିବା ବେଳେ ସାଇକେଲ ଆରୋହୀ ଘଟଣା ସ୍ଥଳ ରେ ପଡିଯାଇଥିଲେ l ଯାହାଫଳରେ ସାଇକେଲ ଆରୋହୀ ଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ସେ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଘଟଣା ସ୍ଥଳରେ ପଡ଼ିରହିଥିଲେ l ସାଇକେଲ ଆରୋହୀ ଜଣକ ରାଇପଲ୍ଲୀ ଗ୍ରାମର ମଦନ ବେହେରା ବୋଲି ଜଣାପଡିଛି । ସୂଚନା ମୁତାବକ ମଦନ କୁଲାଡ଼ ରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପିକଅପ ଭ୍ୟାନ ଟି ଗାଲେରିରୁ ଭଞ୍ଜନଗର ଯାଉଥିବାବେଳେ ମଦନ କୁଲାଡ଼ ରୁ ନିଜ ସାଇକେଲ ରେ ଘରକୁ ଫେରୁ ଥିବା ବେଳେ ପିକଅପ ଭ୍ୟାନ୍ ଟି ସାଇକେଲ ଆରୋହୀ ମଦନ କୁ ଜୋରରେ ଧକ୍କା ଦେଇ ଘଟଣା ସ୍ଥଳ ରୁ ଚାଲି ଯାଇଛି l ମଦନ ମୁଣ୍ଡରେ ଜୋର ଆଘାତ ଲାଗି ଥିବାରୁ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଭଞ୍ଜନଗର ଥାନା ଅଧିକାରୀ ପ୍ରଦୀପ୍ତ ସାହୁ ଘଟଣା ସ୍ଥଳରେ ପହଂଚି ଗୁରୁତର ଜଣଙ୍କୁ ଉଦ୍ଧାର କରି ଏକ ଅଟୋ ରେ ଭଞ୍ଜନଗର ମେଡିକାଲ ପଠାଇ ଥିଲେ l ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ଚିକିତ୍ସାଳୟ କୁ ପଠାଇଛନ୍ତି l ପୋଲିସ ଏହି ଘଟଣା ର ତଦନ୍ତ କରୁଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ