ଶିଶୁ ବଦଳ ମାମଲା ବିଳମ୍ବ ନେଇ ମହିଳାଙ୍କ ଦ୍ବାରା ଜିଲ୍ଲାପାଳ ଅଫିସ ଘେରାଉ ଓ ଭଙ୍ଗାରୁଜା
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ସୋମବାର ଦିନ ଏକ ଶୀଶୁ ମୃତ ବିଳମ୍ବ ଘଟଣା ନେଇ କିଛି ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ହକ ପାଇଁ ଧସେଇ ପଶିଥିଲେ ଓ ସେଠାରେ ଅଫିସ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ହେବାସହ କିଛି ଅଫିସ ଆସବାବ ପତ୍ର ଭଙ୍ଗାରୁଜା ହୋଇଛି । ସୂଚନାଯୋଗ୍ୟ ଯେ ଏପ୍ରିଲ ୨୬ ରେ ମୟୁରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ବ୍ଲକର ପୋଡାଅସ୍ତିଆ ଜାମବଣି ଗ୍ରାମର କାର୍ତ୍ତିକ ସିଂର ସ୍ତ୍ରୀ ବାରିପଦା ର ପିଆରଏମ ହସ୍ପିଟାଲରେ ଏକ ଶିଶୁ ପୁତ୍ର ଜନ୍ମ କରିଥିଲେ ।ପିଲାଟି ଦୁର୍ବଳ ଥିବାରୁ ପିଲାଟିକୁ ଏସଏନସିୟୂ ରେ ରଖା ଯାଇ ଚିକିତ୍ସା କରାଯାଉଥିଲା । ସେହିଭଳି ଶାମାଖୁଣ୍ଟା ବ୍ଲକର ପୋଡାଅସ୍ତିଆ ଧାଡଧୁଡ ଗ୍ରାମର ବ୍ରଜମୋହନ ସିଂ ର ସ୍ତ୍ରୀ ରାଇବା୍ରି ସିଂ ସେ ୪ତାରିଖରେ ଏକ ଶିଶୁ ପୁତ୍ର ଜନ୍ମ କରିଥିଲେ ।୫ତାରିଖ ଦିନ ହସ୍ପିଟାଲର କର୍ମଚାରୀ ଭୁଲବଶତଃ ବ୍ରଜମୋହନ ପୁଅକୁ ମେ ୫ ତାରିଖ ଦିନ କାର୍ତ୍ତିକ କକୁ ବ୍ରଜମୋହନର ପୁଅକୁ ଦେଇଥିଲେ । କାର୍ତ୍ତିକ ମେଡିକାଲ ଡିସାର୍ଜ ରିପୋର୍ଟ ନେଇଥିଲେ ।ଦୁଇ ଜଣ ସ୍ତ୍ରୀ ଙ୍କର ନାମ ଏକା ହୋଇ ଥିବାରୁ ଏଭଳି ଘଟଣା ଘଟିଥିଲା ।ପରେ ଏସଏନସିୟୂ ରେ ଥିବା ପିଲାର ମୃତ୍ୟୁ ହୋଇଥିଲା । ମେଡିକାଲ ଷ୍ଟାଫ ପରେ ଜାଣିପାରିଲେ ଯେ ବିରାଟ ଭୁଲ ହୋଇଯାଇଛି ।ଏହାକୁ ନେଇ ଭୟଭୀତ ମେଡିକାଲ ଷ୍ଟାଫ ମେ ୧୧ତାରିଖ ପିଲାକୁ ଟିକା ଦେବାକୁ ବାହନାରେ ଡକାଇ ଥିଲେ ।ପରେ ଏକ ସାଧା ଓ କାଗଜରେ ଦସ୍ତଖତ କାର୍ତ୍ତିକ ପରିବାର ପକ୍ଷରୁ ନେଇ ଯାଇଥିଲେ ।ପରେ ଏକ ମୃତ ଶିଶୁ ଦେଇଥିଲେ । କାର୍ତ୍ତିକ କହିଲା ମୋର ପୁଅ ଅଛି ମୋତେ ଦିଅ । ମୁଁ ମଲା ପୁଅ ନେବି ନାହିଁ । କିନ୍ତୁ ହସ୍ପିଟାଲ କତୃପକ୍ଷ ପିଲାଟିକୁ ଦେଲେ ନାହିଁ । ଏହାକୁ ନେଇ ହସ୍ପିଟାଲରେ ତ୍ରିବ୍ର ଉତେଜନା ଦେଖା ଦେଇଥିଲା ।ପରେ ହସ୍ପିଟାଲର କତୃପକ୍ଷ କହିଲେ ଯେ ଡିଏନଏ ଟେଷ୍ଟ ହେବ ।ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୭ ଦିନ ସମୟ ଦିଅନ୍ତୁ ।ପରେ ସେମାନେ ଜିଲ୍ଲାପାଳ , ଟାଉନ ଥାନାକୁ ନ୍ୟାୟ ପାଇଁ ଲିଖିତ ଅଭିଯୋଗ କରିଥିଲେ । ହେଲେ ୭ ଦିନ ଗଡ଼ି ଗଲାଣି ହେଲେ ଜିଲ୍ଲା ପ୍ରଶାସନ ଠାରୁ କିଛି ପଦକ୍ଷେପ ନ ନେବା ଫଳରେ ସେମାନେ ସୋମବାର ଦିନ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳ ଅଫିସ୍ ଧସେଇ ପଶି ଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଅଟକାଇବା ଫଳରେ ଧସ୍ତାଧସ୍ତି ହୋଇଥିଲା ଫଳରେ କିଛି ଆସବାବ ପତ୍ର ଭାଙ୍ଗିଥିଲେ ।ପରେ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲେ ।ପୋଲିସ ୫୭ ଜଣଙ୍କ ନାମରେ ମାମଲା ରୁଜୁ କରି ୮ ଜଣଙ୍କୁ କୋର୍ଟ ଚାଲାଣ କରିଛି ।ମେଡିକାଲ ଷ୍ଟାଫ ସ୍ୱୀକାର କରିଥିଲେ କି ଦୁଇ ଜଣ ମହିଳାଙ୍କର ଏକା ନାମ ଥୁବାରୁ ତ୍ରୃଟି ହୋଇଥିଲା । ହେଲେ ସତ୍ୟର ପର୍ଦ୍ଦାଫାଶ କେବେ ହେବ ସମୟ କହିବ!


