ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଉପସଭାପତି ଅଜୟ କାଲୁଣ୍ଡିଆ ଆରପାରିରେ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକର ସାଲେଇବେଡା ପଞ୍ଚାୟତର ସମିତି ସଭ୍ୟ, ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଉପସଭାପତି,ହୋ ଭାଷାଲିପି ‘ଓ୍ବାରାଂଚିତି’ ସ୍ରଷ୍ଟା ଗୁରୁ ଲାକ ବଦ୍ରାଙ୍କ କୁସୁମି ବ୍ଲକର ଧାଙ୍ଗିଡିମୁତା ଗାଁରେ ପ୍ରତିମୂର୍ତ୍ତି ସ୍ଥାପନର ମୁଖ୍ୟ ଉଦ୍ୟୋକ୍ତା, ବିଜେଡି ଯୁବନେତା,ହାତୀଗଡା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଏବଂ ବହୁ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଯୁବ ସମାଜସେବୀ ଅଦ୍ୟାବଧି କାଲୁଣ୍ଡିଆଙ୍କ ବାରିପଦା ସରକାରୀ ମେଡିକାଲରେ ଗଳକର୍କଟ ରୋଗରେ ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁରେ କରଂଜିଆ, ଠାକୁରମୁଣ୍ଡା ଓ ହୋ ସମାଜ ମଧ୍ୟରେ ଶୋକରେ ଛାୟା ଖେଳିଯାଇଛି ।ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ,ଦରଦୀ ମଣିଷ ସୁସଂଗଠକ ଥିଲେ । ତାଙ୍କର ମୃତ୍ୟୁରେ ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, କରଂଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତୀ,ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷ, ବିଜେଡି ରାଜ୍ୟ କମିଟି ସଦସ୍ୟ ଜାହିର ଖାଁ, ଆଦିବାସୀ ହୋ ସମାଜ ମହାସଂଘର ରାଜ୍ୟ ସଭାପତି ମନୋରଂଜନ ତିରିଆ,ମଟକାବିରୁଆ,ଅନିଲ ବିରୁଆ, ଚିକୁନଗୁନିଆ ଜିରାଇ, ଜଗବନ୍ଧୁ ମେଲଗାଣ୍ଡି, ମନୋଜ ବାନ୍ୟାନ୍, ଗଣେଶ୍ୱର ଗାଗରାଇ,, ସାଗର ସିଂଙ୍କୁ ଏବଂ ବହୁ ଶୁଭେଚ୍ଛୁ ଗଭୀର ଶୋକ ଜଣାଇବା ସହ ତାଙ୍କର ଅମର ଆତ୍ମାର ସ୍ଥିତି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ଠାକୁରମୁଣ୍ଡା ଅଂଚଳ ଓ ହୋସମାଜ ଜଣେ ସୁସଂଗଠକ ଓ ସମାଜସେବୀକୁ ସବୁଦିନ ପାଇଁ ହରାଇ ବସିଲା ।


