ରେଶମ ସହରରେ ଖୋଲିଲା ମିଲକ୍ ଏଟିଏମ

ଓଡିଶା ର ପ୍ରଥମ ମିଲକ୍ ଏଟିଏମ ରେଶମ ସହର ବ୍ରହ୍ମପୁର ରେ ସ୍ଥିତ ଗେଟ ବଜାରରେ ଉଦଘାଟିତ ହୋଇଛି । ଏହାକୁ ଉଦଘାଟନ କରିଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ଥିଲେ । , ସୂଚନା ଅନୁସାରେ ଏକ ଲିଟର ଦୁଗ୍ଧ ପାଇଁ ଗ୍ରାହକଙ୍କୁ ୪୦ ଟଙ୍କା ଦେବାକୁ ପଡ଼ିବ । ଏଥିରେ ୧୦ରୁ ୪୦ ଟଙ୍କା ମଧ୍ୟରେ ଗ୍ରାହକ ଦୁଗ୍ଧ କିଣି ପାରିବେ । ସେହିପରି ୧୦ ଟଙ୍କିଆ କଏନ୍ କିମ୍ବା ୧୦ ଓ ୨୦ ଟଙ୍କିଆ ନୋଟ୍ ବ୍ୟବହାର କରି ଦୁଗ୍ଧ କିଣି ପାରିବେ । ଦିନକୁ ଜଣେ ବ୍ୟକ୍ତି ୫ ଲିଟର ପର‌୍ୟ୍ୟନ୍ତ ଦୁଗ୍ଧ କିଣି ପାରିବ । ପ୍ରଥମ ପର୍ଯ୍ୟାୟ ରେ ପରୀକ୍ଷା ମୂଳକ ଭାବେ ଏହି କାଉଣ୍ଟର ଖୋଲା ଯାଇଥିବା ବେଳେ ଆଗାମୀ ଦିନରେ ସହରରେ ଆଉ ୧୦ ଟି କାଉଣ୍ଟର ଖୋଲାଯିବା ପାଇଁ ଯୋଜନା ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ