ଦାରିଙ୍ଗବାଡି ଘାଟିରେ ଫସି ରହିଲା ପ୍ରବାସୀଙ୍କ ଗାଡି ରାତି ସାରା ଉଜାଗର ରହିଲେ ଶ୍ରମିକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ତାମିଲନାଡୁର କୋଏମ୍ବାଟୁରରୁ ୩୨ ଜଣ ପ୍ରବାସୀ ଓଡିଆଙ୍କୁ ଧରି ବଲାଙ୍ଗୀର ଅଭିମୁଖେ ଆସୁଥିବା ଏକ ବସ୍‌ ଗଞ୍ଜାମ ଜିଲା ସୀମାନ୍ତ ସୋରଡା-ଦାରିଙ୍ଗବାଡ଼ି ୪ ନଂ. ଘାଟିରେ ଫସି ରହିଥିଲା। ଫଳରେ ପ୍ରବାସୀମାନେ ଘାଟିରେ ସାରା ରାତି ସମୟ କାଟିଥିଲେ। ଖବରପାଇ ସୋରଡା ଥାନାଧିକାରୀ ରମେଶ କୁମାର ପ୍ରଧାନ, ଏସଆଇ ସୁନୀଲ କଣ୍ଡୋଗୋରୀ, ସରପଞ୍ଚ ଉପେନ୍ଦ୍ର ବେହେରା, ଜିଆରଏସ କଳିଆ ପଣ୍ଡା ପ୍ରମୁଖ ପହଞ୍ଚି ପ୍ରବାସୀଙ୍କ ପାଇଁ ଶୁଖିଲା ଖାଦ୍ୟ, ପାନୀୟ ଜଳ ବ୍ୟବସ୍ଥା କରିଥିଲେ। ପରେ ବସକୁ ଉଦ୍ଧାର କରିବାକୁ ପ୍ରୟାସ ଚଳାଇ ଥିଲେ ମଧ୍ୟ ବିଫଳ ହୋଇଥିଲେ। ରବିବାର ସକାଳୁ ଜେସିବି ମେଶିନ ସାହାଯ୍ୟରେ ବସକୁ ଉଦ୍ଧାର କରାଯିବା ପରେ ବସଟି ପ୍ରବାସୀଙ୍କୁ ଧରି ବଲାଙ୍ଗୀର ଅଭିମୁଖେ ବହାରି ଥିଲା। ପ୍ରକାଶ ଯେ, ଘାଟି ରାସ୍ତାଟି ଅଣଓସାରିଆ ଥିବାରୁ ବସଟି ବୁଲାଣିରେ ଉପରକୁ ଉଠି ନ ପାରି ଫସି ରହିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ