ଆତ୍ମହତ୍ୟା ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାର କାମପୋଡା ଠାରେ ଜଣେ ବ୍ୟକ୍ତି ଗୁଣ୍ଡିଚା ବେହେରା ତାଙ୍କ ନିଜ ଘରେ ଦୌଡି ଲଗାଇ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଲିଥିଲା । ସୁଚନା ପ୍ରକାରେ ମୃତ ଗୁଣ୍ଡିଚା ବେହେରା ଡାମିକିଆରେ ପ୍ରଥମ ବାହାଘର କରିଥିଲେ ଓ ତାଙ୍କର ପ୍ରଥମ ସ୍ତ୍ରୀ ଦୁଇଟି ଛୁଆ ଅଛି । ଏହାପରେ ବଡଗାଁର ଅଉ ଏକ ଝୀଅକୁ ଦ୍ୱୀତିୟ ବାହାଘର କରିଥିଲା । ଦ୍ୱୀତିୟ ସ୍ତ୍ରୀ ସହ କିଛି ଦିନ ହେବ କାମପୋଡାରେ ରହିଆସୁଥିଲା ।ଗତକାଲି ଏକ ସୁଦ୍ଧକାର୍ଯ୍ୟରେ ଦେବାପାଇଁ ଦ୍ୱୀତିୟ ସ୍ତ୍ରୀ ଘର ଗାଁ ବଡଗାଁକୁ ଯାଇଥିଲା । ସବୁ କାମ ସରିବା ପରେ ଅଧରାତିରେ ସେ ଶ୍ୱଶୁର ଘରୁ ସ୍ତ୍ରୀକୁ ଛାଡି ତମେ ଥାଅ ମୁଁ ଯାଇକି ଆସୁଛି କହି କାମପୋଡାକୁ ଆସିଥିଲା ଓ ତାପରେ ସକାଳୁ ସକାଳୁ ସାହିପଡିଶା ଲୋକ ଘର ଭିତର ଆଡୁ କବାଟ ଦେବା ଦେଖିଥିଲେ । ବହୁ ସମୟ ଧରି କବାଟ ନଖୋଲିବାରୁ ଗାଁ ଲୋକେ ତାର ବାପାଙ୍କୁ ଖବର ଦେଇଥିଲେ । ତାର ବାପା କାମପୋଡା ଆସି କବାଟ ଭାଙ୍ଗି ଘରେ ଦେଖିବା ସମୟରେ ପୁଅ ଝୁଲନ୍ତା ଦେହ ଦେଖିଥିଲା ଓ ଏହାପରେ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାଲିଗୁଡା ଥାନାରେ ଅପମୃତ୍ୟୁ ମାମଲାରେକେଶ ନମ୍ବର ୯/୨୦ରେ ରୁଜୁ କରି ତଦନ୍ତ ପକ୍ରିୟା ଚଲାଇଛନ୍ତି ବୋଲି ପୋଲିସ ତରଫରୁ ସୁଚନା ମିଳିଛି ।


