ନକଲି ASO ଅଧିକାରୀ ଗିରଫ
କୋରାପୁଟ, (ଓ୍ବାଇଏନ୍ଏସ୍):ନିଜକୁ ASO ଅଧିକାରୀ କହି ଜଣେ ବିବାହିତ ମହିଳା ଙ୍କୁ ଚାକିରୀ କରିଦେବା ଅଳ ଦେଖାଇ ଲକ୍ଷ ଟଙ୍କା ଏବଂ ସୁନା ଅଳଙ୍କାର ଧରି ଚମ୍ପଟ ମାରିବା ସମୟ ରେ ପୋଲିସ ହାତରେ ଧାର ପଡିଲେ ନକଲି ASO ବାବୁ।ଏଭଳି ଏକ ଘଟଣା ଦେଖିବା କୁ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା କୁମୁଲି ଗ୍ରାମ ରେ।ଗତକାଲି କୁମୁଲି ଗ୍ରାମର ର ଜଣେ ବିବାହିତ ମହିଳା ପୁଷ୍ପାଞ୍ଜଳି ଷଡଙ୍ଗୀ ଙ୍କୁ ଅଙ୍ଗନବାଡି ସୁପ୍ରଭାଇଜର କରାଇଦେବା ଅଳ ଦେଖାଇ ନିଜ ଜାଲ ରେ ଫସେଇ ବାରେ ସଫଳ ହୋଇଥିଲେ।ଆଉ ତାଙ୍କ ଠାରୁ ଟଙ୍କା ସୁନା ଲୁଟି ଚମ୍ପଟ ମାରିବା ପାଇଁ ସମସ୍ତ ଯୋଜନା ମଧ୍ୟ ପ୍ରସ୍ତୁତ ସାରିଥିଲା।ହେଲେ ଭାଗ୍ୟ ସାତ ଦେଇନଥିଲା ବାବୁଙ୍କୁ।ଗତକାଲି ଭୋର ସକାଳ ୬ ଘଣ୍ଠ ସମୟ ରେ ମହିଳା ଙ୍କ ଘରୁ ଲୁଚି ଯିବା ସମୟ ରେ କୁମୁଲି ଗ୍ରାମର କିଛି ଯୁବକ ଙ୍କ ହାବୁଡ଼ ରେ ଧରପଡି ଯାଇଥିଲେ ବାବୁ ଜଣଙ୍କ।ଆଉ ଗ୍ରାମବାସୀ ଙ୍କ କବଳ ରୁ ନିଜକୁ ରକ୍ଷା କରିବା ପାଇଁ ବିସିହପୁର ଥାନା ଭିତରକୁ ପଶି ଯାଇଥିଲେ ନକଲି ASO ବାବୁ ଜଣକ।ଆଉ ତାହା ପରେ ଥାନାରେ ଏତେଲା ଦେଲେ ସଂପୃକ୍ତ ମହିଳା ଜଣକ।ଏହାପରେ ଘଟଣାର ର ତଦନ୍ତ ଆରମ୍ଭ କରିଥିଲା ବିସିଂହପୁର ପୋଲିସ।ପୋଲିସ ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଛି ଯେ ବାବୁ ଜଣକ ନକଲି OPS ଅଧିକାରୀ ।ଆଉ ସେ କେନ୍ଦ୍ରାପଡା ଜିଲ୍ଲା ସଂଜୀବ କୁମାର ସେଠୀ।ଗତ ୧୫ ଦିନ ତଳେ ପ୍ରଥମେ face book ରୁ ମହିଳା ଙ୍କ ସହ ବନ୍ଧୁତା ହୋଇଥିଲା।ନିଜକୁ ଜଣେ ASO ଅଧିକାରୀ ର ପରିଚୟ ଦେଇଥିଲା।ଆଉ ମହିଳାଙ୍କୁ ଅଙ୍ଗନବାଡି ସୁପ୍ରଭାଇଜର ଚାକିରୀ କରାଇଦେବୀ ବୋଲି ପକାଉଥିଲା ଜାଲ।ଆଉ ଏଥିପାଇଁ ଏକ ଲକ୍ଷ ଟଙ୍କା ର ସର୍ତ୍ତ ରଖିଥିଲା ବାବୁ ଜଣକ।ଆଉ ଏକ ଏକାଉଣ୍ଟ ନମ୍ବର ରେ ଦୁଇ ଥର ରେ ୭୫ ହଜାର ଟଙ୍କା ମଧ୍ୟ ନେଇସାରିଥିଲେ।ଆଉ ଶୁକ୍ର ବାର ରାତି ବାବୁ ଜଣକ କୁମୁଲି ଗ୍ରାମ ରେ ପହଞ୍ଚି ଥିଲେ।ଆଉ ଶନିବାର ଦିନ ମହିଳା ଙ୍କ ଠାରୁ ବଳକା ୨୫ ହଜାର ଟଙ୍କା ନେଇ ଥିଲେ।ଆଉ ସୁନା ଚେଇନ ,ହଳେ ସୁନା ଚୁଡ଼ି ଧରି ଶନିବାର ଦିନ ଭୋର ସକାଳୁ ୬ ଘଣ୍ଠ ସମୟ ରେ ଚମ୍ପଟ ମାରିବା ବେଳେ ଧାରା ପଡିଲେ। ଆଉ ସେଇ ସମୟ ରେ ପୋଲିସ ହାତରେ ଧାରା ପାଇଥିଲେ।ଅନ୍ୟ ପଟେ ବାବୁ ଜଣକ ଅନେକ ଦିନ ଧରି ଅଭିଭକ୍ତ କୋରାପୁଟ ରେ ବିଭିର୍ଣ ବିଭାଗ ର ଉପରସ୍ତ ଅଧିକାରୀ କହି ଲୋକଙ୍କୁ ଠକୁ ଥିବା ବେଳେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ବୋରିଗୁମ୍ମା SDPO ହରେକୃଷ୍ଣ ମାଝୀ।


