ମରୈଗାଁ ସେବା ସମବାୟ ସମିତିରେ ଅଚଳାବସ୍ଥା, ଚାଷୀଙ୍କୁ ମିଳୁନି ଚାଷଋଣ

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ମରୈଗାଁ ସମବାୟ ସମିତିରେ ଅଚଳାବସ୍ଥା ଦେଖା ଦେଇଛି । ଅନ୍ୟ ସମସ୍ତ ସମିତିରେ ଚାଷୀ ମାନଙ୍କୁ ଖରିଫ ଋଣ ପ୍ରଦାନ ଆରମ୍ଭ ହୋଇଯାଇଥିବାବେଳେ ମରୈଗାଁ ସମିତିରେ ଚାଷଋଣ ପ୍ରଦାନ ପାଇଁ କୌଣସି ବ୍ୟବସ୍ଥା କରାଯାଉ ନଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଖବରରୁ ଜଣାଯାିଛି ଯେ ମରୈଗାଁ ସମବାୟ ସମିତି ଅଧିନରେ ହାଟଡିହି, ମରୈଗାଁ, ଶାସଙ୍ଗ, ପନ୍ଦାଡୋ, ଅକରୁଆ ପ୍ରଭୃତି ପଞ୍ଚାୟତର ୨୬ଟି ଗ୍ରାମର ଚାଷୀମାନେ ନିର୍ଭର କରିଥାନ୍ତି । ମାତ୍ର ଗତ କିଛିବର୍ଷ ହେଲା ସଭାପତି ଓ ସମ୍ପାଦକଙ୍କ ମଧ୍ୟରେ ବିବାଦ ଦେଖାଦେବା ସହିତ ନିଲମ୍ବିତ ସଭାପତି ସମ୍ପାଦକଙ୍କୁ ବହିଷ୍କାର କରିବାରୁ ସମିତିରେ ଅଚଳାବସ୍ଥା ଲାଗି ରହିଥିଲା । ପରବର୍ତ୍ତୀ ସମୟରେ ସହସମ୍ପାଦକ ଦାୟିତ୍ୱ ସମ୍ପାଦାନ କରି ସମିତିକୁ ଚଳାଇ ଆସିଥିଲେ । ଗତ ୩୦/୮/୨୦୧୯ରେ ପୁର୍ବତନ ସମ୍ପାଦକ ଶରତ କୁମାର ସେଠୀ କୋର୍ଟରୁ ନିର୍ଦ୍ଦେଶରେ ଖଲାସ ହେବାପରେ ୧୩/୧୨/୨୦୧୯ରେ ସମବାୟ ସମିତିର ବୋର୍ଡ ବୈଠକ ଓ ସାଧାରଣ ସଭାରେ ଶରତ କୁମାର ସେଠୀଙ୍କ ପୁନଃ ନିଯୁକ୍ତି ନେଇ ନିଷ୍ପତି ହେବାପରେ ଶରତ କୁମାର ସେଠୀଙ୍କୁ ୨/୩/୨୦୨୦ରେ ଭାରପ୍ରାପ୍ତ ସମ୍ପାଦକ ବିଭୁତି ଭୂଷଣ ସେଠୀ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ବୋର୍ଡ ବୈଠକର ନିଷ୍ପତି ଅନୁସାରେ ଏଆରସିଏସ ଆନନ୍ଦପୁରଙ୍କ ପତ୍ରାଙ୍କ ନମ୍ବର ୬୩୧/୨୦/୩/୨୦ରେ ସମ୍ପାଦକ କେନ୍ଦୁଝର ସମବାୟ ବ୍ୟାଙ୍କକୁ ରସିଦ ବହି ସହିତ ଅନ୍ୟାନ୍ୟ କାଗଜପତ୍ର ପ୍ରଦାନ କରିବାପାଇଁ ଅବଗତି କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶରତ କୁମାର ସେଠୀଙ୍କୁ ରସିଦ ବହି ସହିତ ଆଥିକ କ୍ଷମତା ପ୍ରଦାନ କରାଯାଇ ନାହିଁ । ବ୍ୟାଙ୍କର ଟାଳଟୁଳ ନୀତି ଯୋଗୁଁ ସମିତିରେ ଆଜି ପର୍ଯ୍ୟନ୍ତ କୌଣସି ଋଣପ୍ରଦାନ କିମ୍ବା ଋଣ ଆଦାୟ ହୋଇପାରୁ ନାହିଁ । ଫଳରେ ସରକାରଙ୍କ ଚାଷୀଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ଚାଷୀମାନେ ବଞ୍ଚିତ ହେଉଛନ୍ତି ବୋଲି ଭୀମସେନ ନାୟକ, ଚକ୍ରଧର ଜେନା, କିର୍ତ୍ତନ ବିହାରୀ ଭୋଳ, ନିର୍ମଳ ମଲ୍ଲିକ, ଧୁଶାସନ ସାହୁ, ରମେଶ ଦାସ, ଗଙ୍ଗାଧର ସାମଲ, ୁଦୟନାଥ ସ୍ୱାଇଁ, ନିର୍ମଳ ବାରିକ, ଆଲୋକ ଗିରି, ଜଳଧର ମହାପାତ୍ର, ଗୋପାଳ କୃଷ୍ଣ ଘଡେଇ, ମହେଶ୍ୱର ରାଉତ, ବନମାଳୀ ବିଶ୍ୱାଳ, ହିମାଶୁଂ ବେହେରା, କାଶୀନାଥ ଘଡେଇ, ଦାସରଥି ଦେବତା ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକ ନାରାୟଣ ଚନ୍ଦ୍ର ମଢ଼େଇଙ୍କୁ ପଚାରିବାରୁ ସେ ଗତ ୧୯/୫/୨୦୨୦ରେ ଡିଆରସିଏସ ପ୍ରମୋଦ କୁମାର ବରିହାଙ୍କ ସହ ସମିତିକୁ ଇନିସପେକ୍ସନ କରିବାକୁ ଯାଇଥିଲୁ ଓ ଡିଆରସିଏସ ଆସନ୍ତା ଦିନେ ଦୁଇଦିନ ଭିତରେ ରିପୋର୍ଟ ପ୍ରଦାନ କରିବା ପରେ ସମିତିର ସୁପରିଚାଳନା ପାଇଁ ପଦକ୍ଷେପ ନେବୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ