ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ମାତୃ ବିୟୋଗ

ନାଉଗାଁ, (ଓ୍ବାଇଏନ୍ଏସ୍) :ବାଲିକୁଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ମାତା ପ୍ରମିଳା ସୁନ୍ଦରୀ ଦାସ(୮୯) ଙ୍କର ନାଉଗାଁ ବ୍ଲକ ଚାନ୍ଦପୁରାସ୍ଥିତ ବାସଭବନରେ ସଂଧ୍ୟାରେ ପରଲୋକ ହୋଇଯାଇଛି । ସେ ଜଣେ ମିଷ୍ଟଭାଷୀ, ଧର୍ମପ୍ରାଣ ଓ ପରୋପକାରୀ ମହିଳା ଭାବେ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ପୁତ୍ର ଜ୍ୟୋତିଷ ସମେତ ପରିବାର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଦୁଇ ପୁତ୍ର ସୁରେଶ ଚନ୍ଦ୍ର ଦାସ, ସିରେଶ ଚନ୍ଦ୍ର ଦାସ ଓ ପ୍ରଗତୀବାଦୀର ପୂର୍ବତନ ପ୍ରକାଶକ ପ୍ରିୟଦର୍ଶନ ଦାସ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ମହନ୍ତ ମହାରାଜ ଚିନ୍ତାମଣୀ ପର୍ବତ ଗୋସ୍ୱାମୀ, ବିଧାୟକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିଧାୟକ ଚିରଂଜୀବି ବିଶ୍ୱାଳ, ପୂର୍ବତନ ବିଧାୟକ ଡଃ. ଲଲାଟେନ୍ଦୁ ମହାପାତ୍ର, ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ, ପାରାଦ୍ୱିପ ପୋର୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ,ନାଉଗାଁ ବଜାର କମିଟିର ସଭାପତି ଅଶୋକ କୁମାର ମହାନ୍ତି, ଉପଦେଷ୍ଟା ଅଜୟ କୁମାର ମହାନ୍ତି, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କା, ଶିକ୍ଷାବିତ୍ ବୈରାଗୀ ସ୍ୱାଇଁ, ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଚାଇନା ପ୍ରଧାନ, ନାଉଗାଁ ସାଂସ୍କୃତିକ ପରିଷଦର ସଂପାଦକ ଅଧ୍ୟାପକ ସରୋଜ ଲେଙ୍କା, ଶିକ୍ଷକ ସୁକାନ୍ତ ଲେଙ୍କା, ନାଉଗାଁ ବ୍ଳକ ବିଜେଡି ସଭାପତି ସୁଜିତ ମଲ୍ଲିକ, ଯୁବନେତା ନିଲମ ସ୍ୱାଇଁ, ବାଂଶ ପଂଚାୟତ ସରପଂଚ ସନ୍ତୋଷ ଦାସ, ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ସୁନିଲ ମାଟିଆ, ସମାଜସେବୀ ପ୍ରସନ୍ନଜିତ ସାହୁ, ଭାଷା ଅନ୍ଦୋଳନର ଜିଲ୍ଲା ସଂଯୋଜକ କୃଷ୍ଣାନନ୍ଦ ସାହୁଙ୍କ ସମେତ ସ୍ଥାନୀୟ ଅଂଚଳବାସୀ ଶୋକ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ