ଭ୍ୟାନ ଓଲଟି ଦୁଇ ମହିଳାଙ୍କ ମୃତ୍ୟୁ, ୪୦ ଆହତ

ଜୟପୁର, (ୱାଇଏନ୍‌ଏସ୍‌):ଭାରସାମ୍ୟ ହରାଇ ଓଲଟିଲା 407 ଭ୍ୟାନ । ଏଥିରେ ଦୁଇଜଣ ମହିଳାଙ୍କ ମୃତ୍ୟୁଘଟିଛି। ମୃତ ଦୁଇ ମହିଳା ହେଲେ ମୁଣ୍ଡିଗୁଡାର ଚଞ୍ଚଳ ଜାନୀ ଏବଂ ତୁଳସା ଜନୀ ବୋଲି ଜଣାପଡିଛି। 40 ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି।ଏଭଳି ଏକ ଅଘଟଣ ଘଟିଛି ଆଜି ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ଅଧିନସ୍ଥ ଗୁରୁମାଇ ଗୁଡା ଗ୍ରାମ ନିକଟରେ।ଆଜି ବୋଡିଗା ଠାରୁ ମୁଣ୍ଡିଗୁଡା ଗ୍ରାମ ଅଭିମୁଖେ 50ରୁ ଉର୍ଦ୍ଧ ଲୋକଙ୍କୁ ବୋଝେଇ ଏକ 407 ଭେନ ଏକ ବାହାଘରକୁ ଯାଉଥିଲ।ହେଲେ ଭାରସାମ୍ୟ ହରାଇ ଗାଡିଟି ଗୁରୁମଇଗୁଡା ଗ୍ରାମ ନିକଟରେ ଓଲଟି ପଡିଥିଲା। ଖବର ପାଇଁ ବିସିଂହପୁର ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛି।ସେପଟେ ଗୁରୁତରଙ୍କୁ କୁମୁଲି ମେଡିକାଲରେ ମଧ୍ୟ ଭର୍ତି କରାଯାଇଛି ଆଉ 4ଜଣ ଙ୍କୁ ଜୟପୁର ମେଡିକାଲରେ ଭର୍ତି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ