ବିଶ୍ୱ ପରିବେଶ ଦିବସରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବୃକ୍ଷ ରୋପଣ

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରକୃତିର ଅବଦାନକୁ ଯେତେ ପ୍ରଶଂସା କଲେ କମ୍ ହେବ । ପ୍ରକୃତିର ୧୦ ଲକ୍ଷରୁ ଅଧିକ ପ୍ରଜାତି ଏବେ ବିଲୁପ୍ତ ହେବାକୁ ବସିଥିବା ବେଳେ ଆଜି ବିଶ୍ୱ ପରିବେଶ ଦିବସରେ ସାମାଜିକ ଅନୁଷ୍ଠାନ ଆଚ୍ଛା ଆଜି ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ସହ ସବୁ ଯୁବପିଢିଙ୍କୁ ପରିବେଶର ସୁରକ୍ଷା ଗ୍ରହଣ କରିବା ପାଇଁ ନିବେଦନ କରିଛି । ପରିବେସ ସୁରକ୍ଷାରେ ବୃକ୍ଷ ରୋପଣ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଆଚ୍ଛା ସଙ୍ଗଠନ ଆଜି ବିଭିନ୍ନ ଅଞ୍ଚଳରେ ବୃକ୍ଷ ରୋପଣ କରିବା ସହ ସେହି ବୃକ୍ଷର ରକ୍ଷଣା ବେକ୍ଷଣ ବାବଦରେ ମଧ୍ୟ ଚିନ୍ତା କରି ନିଜ ସଙ୍ଗଠନର ସଦଶ୍ୟ ମାନଙ୍କ ଆବଦ୍ଧ ଥିବା ବାଡିରେ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି । ଆଚ୍ଛା ସଙ୍ଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ ନିଜେ ଉପସ୍ଥିତ ରହି ସଂଜଯୋକ ରାକେଶ କୁମାର ଶିଅଳ ଓ ରାକେଶ କୁମାର ବେହେରାଙ୍କ ସହଯୋଗରେ ସଙ୍ଗଠନର ଉପ ସ୍ୱାସ୍ଥ୍ୟ ସଂଜଯୋକ ଅନ୍ତର୍ଯ୍ୟାମି ବେହେରାଙ୍କ ଆବଦ୍ଧ ଏବଂ ପଡିଆ ପଡିଥିବା ବାଡିରେ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି । ସେହିପରି ଆଚ୍ଛା ସଙ୍ଗଠନର ସମ୍ପାଦକ ରଣଜିତ କୁମାର ପୃଷ୍ଟି ନିଜେ ଉପସ୍ଥିତ ରହି ସୁଶାନ୍ତ କୁମାର ପରିଡା ଏବଂ ନମିତା ପାତ୍ରଙ୍କ ସହୋଯଗରେ ପଳାସପୁର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଛନ୍ତି । ଅନ୍ୟପଟେ ଆଚ୍ଛା ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ କ୍ରମେ ବିଭିନ୍ନ ଗ୍ରାମଞ୍ଚଳେ ବହୁ ପରିଷ୍ଠ ବ୍ୟକ୍ତି ମାନଙ୍କ ସହଯୋଗରେ ବିଶ୍ୱ ପରିବେଶ ଦିବସରେ ବୃକ୍ଷ ରୋପଣ କରାଯାଇଛି ଯାହାକୁ କି ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ