ପ୍ରବାସୀଙ୍କୁ ମିଳିଲା ସଂଗରୋଧ ସହାୟତା ରାଶି

ନାଉଗାଁ, (ଓ୍ବାଇଏନ୍ଏସ୍) :ସାରା ବିଶ୍ୱରେ ମହାମାରୀ କରୋନା ଭୂତାଣୁ କାୟା ବିସ୍ତାର କରିଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଗ୍ରହଣ କରିଥିଲେ । ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଏଭଳି ଦୁର୍ଦ୍ଦିନ ସମୟରେ ନିଜ ଭିଟାମାଟିକୁ ଫେରାଇ ଆଣିବାରେ ସହାୟକ ହୋଇଛନ୍ତି । ପ୍ରବାସୀ ଭିଟାମାଟିକୁ ଫେରିବା ପରେ ୨୧ ଦିନ ପଂଚାୟତସ୍ତରୀୟ ସଂଗରୋଧ କେନ୍ଦ୍ରରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ପ୍ରବାସୀଙ୍କ ରହଣି ସମୟରେ ଯେପରି କୌଣସି ପ୍ରକାର ଅସୁବିଧା ଓ ଅପ୍ରୀତିକର ପରିସ୍ଥିତ ସୃଷ୍ଟି ନହୁଏ,ସେଥିପ୍ରତି ଜିଲ୍ଲା ଓ ବ୍ଲକ ପ୍ରଶାସନ ଅଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହା ସହିତ ପଂଚାୟତର ସରପଂଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିବା ସହ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ମୁତାବକ ଯେଉଁ ପ୍ରବାସୀ ସଂଗରୋଧ କେନ୍ଦ୍ରରେ ପୂର୍ଣ୍ଣ ଅବଧି ପୁରଣ କରିଥିବେ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ପାଇଁ ଘୋଷାଣା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଳକର ବିଭିନ୍ନ ସଂଗରୋଧ କେନ୍ଦ୍ରରେ ଅବଧି ପୂର୍ଣ୍ଣ କରିଥିବା ପ୍ରବାସୀଙ୍କୁ ନାଉଗାଁ ବିଡିଓ ରଶ୍ମୀରେଖା ମଲ୍ଲିକ ୨ହଜାର ଟଙ୍କା ଲେଖାଁଏ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି । ପ୍ରାଥମିକ ପ୍ରର୍ଯ୍ୟାୟରେ ପାଖାପାଖି ୨୦ଜଣ ପ୍ରବାସୀଙ୍କୁ ନଗଦ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଅନ୍ୟ ପ୍ରବାସୀଙ୍କ ବ୍ୟାଙ୍କ ଏକାଉଂଟ ଜରିଆରେ ସହାୟତା ରାଶୀ ଯୋଗାଇ ଦିଆଯିବ ବୋଲି ବ୍ଲକ କାର୍ଯ୍ୟାଳୟରୁ ସୂଚନା ମିଳିଛି । ସୂଚନା ଥାଉକି ରବିବାର ସୁଦ୍ଧା ଏହି ବ୍ଲକର ୧୬ ଟି ସଂଗରୋଧ କେନ୍ଦ୍ରରେ ୧୧୧୭ ଜଣ ପ୍ରବାସୀ ରହିଥିବା ବେଳେ ୬୪୫ ଜଣଙ୍କୁ ବିମୁକ୍ତ କରାଯାଇଥିବା ଜିଲ୍ଲା କାର୍ଯ୍ୟାଳୟରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ