ଗଜପତି ଅବକାରୀ ସ୍କ୍ୱାର୍ଡର ଚଢାଉ,ମଦ ଜବତ ୩ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅବକାରୀ ବିଭାଗର ଭ୍ରାମ୍ୟମାଣ ସ୍କ୍ୱାର୍ଡର ଚଢାଉରେ ଚୋରା ଦେଶୀମଦ ଜବତ ହେବା ସହ ୩ଜଣଙ୍କୁ ଗିରଫ କରାଯାଇଥିବା ସୁଚନା ମିଳିଛି । ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ନିରୀକ୍ଷକ ପଦ୍ମଚରଣ ସାହୁଙ୍କ ତତ୍ୱାବଧାନରେ ବତୋଡା, ପାରଳା ଜାଗିଲି ସାହି, ସିଙ୍ଗିପୁର ଇତ୍ୟାଦି ଅଞ୍ଚଳରେ ଚଢାଉ କରାଯାଇଥିଲା । ପାରଳା ଉପକଣ୍ଠର ଖିଙ୍ଗା ଗ୍ରାମରେ ଚୋରା ଦେଶୀମଦ କାରବାର ବେଳେ ଚଢାଉ କରାଯାଇ କବିରାଜ ମାଳିଙ୍କୁ ଗିରଫ କରି ତାଙ୍କ ଠାରୁ ୨୨୪୦ଲିଟର ମଦ ସହ ଏକ ବାଇକ୍ ଜବତ କରାଯାଇଛି । ଚୋରାମଦ କାରବାର ବେଳେ ପାରଳା ଜାଗିଲି ସାହିରୁ ରାମ ମାଣିକଙ୍କ ଠାରୁ ୧୫ ଲିଟର ମଦ ଜବତ ହୋଇଛି । ସେହିପରି କ୍ଷେତଡା ଗ୍ରାମର ଭାଗ୍ୟ ଘାଣ୍ଟାଙ୍କ ଠାରୁ ୧୦ଲିଟର ମଦ ଜବତ ହୋଇଛି । ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଦେଶୀ ଚୋରାମଦ କାରବାରରେ ଲିପ୍ତ ଏହି ୩ଜଣଙ୍କୁ ଗିରଫ କରାଯାଇଥିବା ସୁଚନା ମିଳିଛି । ଏହି ଚଢାଉରେ ମୋବାଇଲ ସ୍କ୍ୱାର୍ଡ ଏସ୍‌.ଆଇ. ଚନ୍ଦ୍ର ଶେଖର ପଡିହାରୀ, ଏ.ଏସ୍‌.ଆଇ. କିଶୋର ଚନ୍ଦ୍ର ରଥ, ମୁନି ଶବର ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ