ଗଜପତି ରାୟଗଡରେ ନୂତନ ତହସିଲଦାରଙ୍କ ଦାୟିତ୍ୱ ଗ୍ରହଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡରେ ନୂତନ ତହସିଲଦାର ଭାବେ ଲୀଳାବତୀ ଆଚାର୍ଯ୍ୟ ଦାୟୀତ୍ୱ ଗ୍ରହଣ କରିଛନ୍ତି । ରାୟଗଡ ତହସିଲଦାର ଚିତ୍ତରଂଜନ ଦାସଙ୍କୁ ଗୁମ୍ମା ବ୍ଲକକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଲୀଳାବତୀ ଆଚାର୍ଯ୍ୟ ନୂତନ ତହସିଲଦାର ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ନେବା ପରେ ନୂତନ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ କହିଛନ୍ତି,ଲୋକଙ୍କ ସେବା ଓ ବିଭିନ୍ନ ସମସ୍ୟାର ସମାଧାନ ମୋର ମୁଳ ଲକ୍ଷ ଅଟେ । ଲୋକଙ୍କ ସେବା ପାଇଁ ପ୍ରଶାସନକୁ ଲୋକଙ୍କ ନିକଟତର ପାଇଁ କାର୍ଯ୍ୟ କରିବି ।