କରୋନା କରୁଛି କଲବଲ: ବଢ଼ୁଛି ବଜାର ଦର, ଖାଉଟି ହନ୍ତସନ୍ତ, ଯୋଗାଣ ବିଭାଗ ନିଧଡ଼କ

  ଛତ୍ରପୁର, (ୱାଇଏନ୍‌ଏସ୍‌):  ଖାଉଟି ବଜାରରେ ଲାଗିଛି ନିଆଁ। ହୁ ହୁ ହୋଇ ବଢ଼ିଚାଲିଛି ପନିପରିବା ଆଉ ତେଜରାତି ସାମଗ୍ରୀ ଦର ।  ବଜାରରେ ବର୍ତ୍ତମାନ ଖାଇବା ତେଲ, ଡାଲି, ଚିନି ଓ ଅଟା ଦର ବଢ଼ି ଚାଲିଛି ।  ଯୋଗାଣ ବିଭାଗ ଏସବୁ ​ବେଆଇନ କାର୍ଯ୍ୟ ପ୍ରତି କୋହଳ ମନୋଭାବ ଆପଣାଇଛି । ଏ ସମସ୍ୟା ଦେଖିବାକୁ ଯୋଗାଣ ବିଭାଗରେ ବି କର୍ମଚାରୀ ନାହାନ୍ତି। ଏପଟେ ଲୋକମାନକୁ କରୋନା ଚିନ୍ତା ଘାରୁ ଥିବା ବେଳେ ତା ଠାରୁ ବିଭିନ୍ନ ସାମଗ୍ରୀ ମହଙ୍ଗା ବେଶି ଘାରିଲାଣି l ଲୋକମାନଙ୍କ ଜୀବିକା କରୋନା ନେଇଯାଇଥିବା ବେଳେ ନିଜ ଜୀବନ ଓ ପରିବାର ର ଜୀବନ ପାଇଁ ତ ଦୁଇ ମୁଠା ଖାଇବାକୁ ତେଣୁ ନିହାତି ଗରିବ ଓ ଅସହାୟ ଲୋକମାନେ ବଜାରରେ ସଉଦା କିଣିବା ଟା ତାଙ୍କ ପାଖରେ ସମ୍ଭବ ହେଉନଥିବା ଜଣାପଡୁଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ